Below header

ବ୍ୟାଟ୍ସମ୍ୟାନ୍ ସାବଧାନ ! ପୁଣି ଟ୍ରାକ୍‌କୁ ଫେରୁଛନ୍ତି ରାଓ୍ଵଲପିଣ୍ଡି ଏକ୍ସପ୍ରେସ୍‌

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳି ଦୁର୍ଦ୍ଧର୍ଷ ପେସ୍‌ ବୋଲର୍‌ ସୋଏବ ଅଖତାର ପୁଣି ଫେରୁଛନ୍ତି ମଇଦାନକୁ । ଏକଦା ସବୁଠାରୁ ବିପଜ୍ଜନକ ପେସ୍‌ ବୋଲର୍‌ ଭାବେ ବେଶ ଜଣାଶୁଣା ଥିଲେ ସୋଏବ। ତାଙ୍କ ବୋଲିଂକୁ ଆଜି ମଧ୍ୟ ପ୍ରଶଂସକମାନେ ମନେ ପକାଇଥାନ୍ତି। ଜଣେ ସବୁଠାରୁ ମାରାତ୍ମକ ପେସ ବୋଲର ଭାବେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ବୋଲିଂର ବେଗ ଓ ବ୍ୟାଟ୍‌ସମ୍ୟାନଙ୍କୁ ଭୟଭୀତ କରିବାର କୌଶଳ ଯୋଗୁଁ ତାଙ୍କୁ ରାଓ୍ଵଲପିଣ୍ଡି ଏକ୍ସପ୍ରେସ ନାଁ ଦିଆଯାଇଥିଲା ।

soibe

୪୩ ବର୍ଷୀୟ ସୋଏବ ୨୦୧୧ ବିଶ୍ୱକପ୍‌ ସମୟରେ କ୍ରିକେଟରୁ ସନ୍ୟାସ ନେଇଥିଲେ। କିନ୍ତୁ ଏହାପରେ ମଧ୍ୟ ତାଙ୍କ ଜୀବନ କ୍ରିକେଟ୍‌ ଚାରିପାର୍ଶ୍ବରେ ଘୂରି ବୁଲୁଛି। କେବେ ତାଙ୍କୁ କମେଣ୍ଟେଟର ତ କେବେ ଏକ୍ସପର୍ଟ ଭାବେ ଦେଖିବାକୁ ମିଳୁଛି। ଏହାଛଡ଼ା ତାଙ୍କୁ ବିଭିନ୍ନ ବେସରକାରୀ ପ୍ରତିଯୋଗିତାରେ ମଧ୍ୟ ଦେଖିବାକୁ ମିଳୁଛି।

ତେବେ ଆଜି ଆମେ ସୋଏବ ଅଖତାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆଣିଛୁ। ନିକଟରେ ଏକ ଟ୍ବିଟ ଯୋଗେ ସେ କ୍ରିକେଟ ମୈଦାନକୁ ପୁଣି ଥରେ ଫେରୁଥିବା ଘୋଷଣା କରିଛନ୍ତି। ସୋମବାର ଦିନ କରାଯାଇଥିବା ଏହି ଟ୍ବିଟରେ ସେ ଲେଖିଛନ୍ତି, ଭାଲେଣ୍ଟାଇନ ଡେ ଅର୍ଥାତ୍ ୧୪ ଫେବ୍ରୁଆରୀ ଦିନ ପୁଣି ଥରେ ମୁଁ ଲିଗ୍‌ରେ ଖେଳିବାକୁ ଯାଉଛି। ଏବେ ପିଲାମାନଙ୍କୁ ଜଣାପଡ଼ିବ ବଲ୍‌ର ଗତି କେତେ ।


ସୋଏବଙ୍କ ଏହି ଘୋଷଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ଥଟ୍ଟା ମଜାରେ ଏଭଳି ଲେଖିଛନ୍ତି ନା ସତରେ ତାକୁ ବିଶ୍ୱାସ କରିବା କଷ୍ଟକର ହୋଇଛି । ତଥାପି ପୂର୍ବତନ ଖେଳାଳି ଓ୍ବାସିମ୍ ଆକ୍ରମ୍‌ ଏବଂ ବର୍ତ୍ତମାନର ବରିଷ୍ଠ ଖେଳାଳି ସୋଏବ ମଲ୍ଲିକ ସ୍ବାଗତ କରିଛନ୍ତି। ଏବେ ଦେଖିବାର କଥା ସୋଏବ ଅଖତାରଙ୍କ ଟ୍ଵିଟ୍‌ରେ କେତେ ସତ କେତେ ମିଛ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.