KRK ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ଶାହରୁଖ, ବେଶରମ ରଙ୍ଗ ଗୀତରେ ଦୀପିକାଙ୍କୁ କରିଛନ୍ତି କଟାକ୍ଷ

ବଲିଉଡରେ ଫିଲ୍ମ ରିଭ୍ୟୁ ଏବଂ ଫାଲତୁ କମେଣ୍ଟ ଦେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମାଲ ରାଶିଦ ଖାନ ଅର୍ଥାତ୍‌ କେଆରକେ । ଏବେ ପୁଣି ଫିଲ୍ମ ‘ପଠାନ’କୁ ନେଇ ବିବାଦରେ ଫସିଛନ୍ତି କେଆରକେ । ଫିଲ୍ମ ‘ପଠାନ’ର ହିରୋ ଶାହରୁଖ ଖାନ କେଆରକେଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । କେଆରକେ ନିଜ ଚ୍ୟାନେଲରେ ‘ପଠାନ’ର ଗୀତ ବେଶରମ ରଙ୍ଗକୁ ରିଭ୍ୟୁ କରିଥିଲେ । ଯାହାକୁ ନେଇ ଶାହରୁଖ ଏଭଳି କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।

କମାଲ ଆର ଖାନ ଏବଂ ବିବାଦର ଘନିଷ୍ଠ ସଂପର୍କ ରହିଛି। କିଛି ମାସ ପୂର୍ବରୁ କେଆରକେ ଜେଲରୁ ଜାମିନରେ ଆସିଛନ୍ତି। ତାଙ୍କ ଉପରେ ସଲମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ହେଲେ ଏବେ କିଙ୍ଗଖାନଙ୍କ ଟାର୍ଗେଟରେ ଆସିଛନ୍ତି କେଆରକେ ।
ରିପୋର୍ଟ ମୁତାବକ, ଶାହରୁଖ ଖାନ କେଆରକେ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଫିଲ୍ମ ‘ପଠାନ’ର ଗୀତ ବେଶରମ ରଙ୍ଗକୁ ନେଇ ରିଭ୍ୟୁ କରିଥିଲେ କେଆରକେ। ଏଥିରେ ସେ ଦୀପିକାଙ୍କୁ କଟାକ୍ଷ କରିଥିଲେ। ଯାହାକୁ ନେଇ ଶାହରୁଖ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।

ନିଜକୁ ଫିଲ୍ମ କ୍ରିଟିକ୍ସ କରୁଥିବା କେଆରକେ ଟ୍ଵିଟ୍‌ କରି କହିଛନ୍ତି, ତାଙ୍କ ବିରୋଧରେ ଶାହରୁଖ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ବେଶରମ ରଙ୍ଗ ଗୀତରେ ଅଙ୍ଗ ପ୍ରଦର୍ଶନ କରିଥିବା ଦୀପିକାଙ୍କ ପାଇଁ ମୁଁ ସତ କହିଥିଲି। ଆପଣ ମୋ ରିଭ୍ୟୁ ଦେଖନ୍ତୁ ଏବଂ କୁହନ୍ତୁ ମୁଁ କିଛି ଭୁଲ୍‌ କହିଛି କି ?

ଆହୁରି ଏକ ଟ୍ଵିଟ୍‌ କରି କେଆରକେ କହିଛନ୍ତି, ‘ ଯଦି ମୋ ରିଭ୍ୟୁ କରିବା ଦ୍ୱାରା ଶାହରୁଖଙ୍କ ଫିଲ୍ମ ‘ପଠାନ’ ଫ୍ଲପ୍‌ ହୋଇଯାଏ, ତେବେ ଏହା ନିଶ୍ଚିତ ଭାବେ ଭୁଲ୍‌ । ଫିଲ୍ମ ଅନେକ କାରଣ ଯୋଗୁଁ ଫ୍ଲପ୍‌ ହେବ। ପ୍ରଥମତଃ ଫିଲ୍ମର ନାମ, ତା’ ପରେ ଷ୍ଟୋରୀ, ଆକ୍ସନ ଯୋଗୁଁ ଜନସାଧାରଣ ଏହାକୁ ବଏକଟ କରିବେ ।

ତେବେ କେଆରକେଙ୍କ ଏଭଳି ରିଭ୍ୟୁ ଯୋଗୁଁ ତାଙ୍କ ବିରୋଧରେ ଆଇନର ସହାୟତା ନେବେ ଶାହରୁଖ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ସୂଚନାଯୋଗ୍ୟ, ଫିଲ୍ମ ‘ପଠାନ’ର ଗୀତ ବେଶରମ ରଙ୍ଗ ଗତ କିଛିଦିନ ତଳେ ରିଲିଜ ହୋଇଥିଲା। ଏହି ଗୀତ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଫ୍ୟାନ୍ସ ପସନ୍ଦ ଆସିବା ସତ୍ତ୍ୱେ ଗୀତରେ ଗେରୁଆ ବସ୍ତ୍ର ପାଇଁ ବିବାଦରେ ଫସିଥିଲା । ବାସ୍ତବରେ, ପଠାନର ବେଶରମ ରଙ୍ଗ୍ ଗୀତର ଏକ ସିନରେ ଦୀପିକା କେସରୀ ରଙ୍ଗର ବିକିନୀ ପିନ୍ଧିଛନ୍ତି, ଯାହାକୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଛନ୍ତି। ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ କରିବାକୁ ଟ୍ରେଣ୍ଡ୍‌ ବି ଆରମ୍ଭ ହେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.