ବିଗ୍‌ବସ୍‌ ହାଉସକୁ ଫେରୁଛନ୍ତି ଶେହନାଜ, ସିଦ୍ଧାର୍ଥଙ୍କ ପାଇଁ କରିବେ ଏମିତି କାମ

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଆଉ ସିଦ୍ଧାର୍ଥଙ୍କ ମୃତ୍ୟୁ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଥିଲା ସେତିକି ନୁହେଁ ବରଂ ଶେହନାଜ ଗିଲଙ୍କୁ ମଧ୍ୟ ସଂପୂର୍ଣ୍ଣ ଭାବେ ଭାଙ୍ଗିଦେଇଥିଲା। ସିଦ୍ଧାର୍ଥ ମୃତ୍ୟୁ ପରେ ନିଜକୁ ସମ୍ଭାଳିବା ଶେହନାଜଙ୍କ ପାଇଁ କଷ୍ଟକର ହୋଇପଡିଥିଲା। କିନ୍ତୁ ଏବେ ପୁଣି ଶେହନାଜ ସେଠାରେ ପାଦ ରଖିବାକୁ ଯାଉଛନ୍ତି, ଯେଉଁଠାରେ ତାଙ୍କ ସଂପର୍କ ସିଦ୍ଧାର୍ଥଙ୍କ ସହିତ ଗଢି ଉଠିଥିଲା। ଅର୍ଥାତ୍‌ ଖୁବଶୀଘ୍ର ଶେହନାଜ ବିଗ୍‌ବସ୍‌ ହାଉସରେ ଦେଖିବାକୁ ମିଳିବେ।

ଖବର ମୁତାବକ, ‘ବିଗ୍‌ ବସ୍‌ ୧୫’ର ଫାଇନାଲକୁ ଦମଦାର କରିବା ପାଇଁ ମେକର୍ସ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ବିଗବସ ଫାଇନାଲ ଏପିସୋଡରେ ପଞ୍ଜାବୀ କ୍ୟାଟ୍ରିନା ଅର୍ଥାତ୍‌ ଶେହନାଜ ଗିଲଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଶେହନାଜ ଏହି ଶୋର ଫାଇନାଲକୁ ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଯାଉଛନ୍ତି। ଶେହନାଜ ଗିଲ ଏଠାରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥଙ୍କ ସହିତ ଦେଖାହୋଇଥିଲେ। ଏହି ଶୋ ଜରିଆରେ ଶେହନାଜ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ସିଦ୍ଧାର୍ଥ ଏବଂ ଶେହନାଜ ବିଗବସ୍‌ ୧୩ରେ ନଜର ଆସିଥିଲେ। ଏହି ସିଜିନରେ ଦୁହେଁ ପରସ୍ପରକୁ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟ ପ୍ରେମ ମଧ୍ୟ ଗଢି ଉଠିଥିଲା। ଆଉ ଦୁହିଁଙ୍କ ଯୋଡି ବିଗବସ୍‌ ହାଉସରେ ସିଦ୍ଧନାଜ ନାମରେ ବେଶ ପରିଚିତ ହେଲେ। ଫ୍ୟାନ୍ସଙ୍କୁ ମଧ୍ୟ ଦୁହିଁଙ୍କର କେମେଷ୍ଟ୍ରି ଭଲ ଲାଗିଥିଲା। ଏବେ ପୁଣି ଏହି ଫ୍ୟାନ୍ସଙ୍କ ସାମ୍ନାରେ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଶେହନାଜ ବିଗ୍‌ବସ୍‌ ହାଉସକୁ ଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.