ଫରହାନଙ୍କୁ ବିବାହ ପରେ ନିଜ ଇନଷ୍ଟା ଆକାଉଣ୍ଟ ନା ବଦଳାଇଲେ ଶିବାନୀ, ବାୟୋରେ ଲେଖିଲେ ମିସେସ୍‌ ଅଖତର

ନିକଟରେ ବଲିଉଡ ସେଲିବ୍ରିଟି ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ବିବାହ କରିସାରିଛନ୍ତି। ବିବାହ କରିବା ପରେ ଶିବାନୀ ଇନଷ୍ଟାଗ୍ରାମରେ ନିଜର ନାମ ବଦଳାଇଛନ୍ତି। ଶିବାନୀ ନିଜ ନାମରେ ଫରହାନଙ୍କ ଟାଇଟଲ ଅଖତର ନିଜ ନାମରେ ଲେଖିଛନ୍ତି। ଶିବାନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶିବନୀ ଦାଣ୍ଡେକର ଅଖତର ଲେଖିଛନ୍ତି। ଏହା ସହିତ ବାୟୋରେ ମିସେସ୍‌ ଅଖତର ଲେଖିଛନ୍ତି।

shibani

ନିକଟରେ ଦୁହିଁଙ୍କର ବିବାହ ଏବଂ ମେହେନ୍ଦୀ ଉତ୍ସବର ଫଟୋ ସାମ୍ନାକୁ ଆସିଥିଲା। ଯେଉଁଥିରେ ଶିବାନୀ ଫରହାନଙ୍କ ହାତରେ ମେହେନ୍ଦୀ ଲଗାଉଥିବା ନଜର ଆସିଥିଲେ। ଶିବାନୀ ବିବାହରେ ନାଲି ରଙ୍ଗର ଗାଉନ ପିନ୍ଧିବା ସହିତ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ଫରହାନ ମଧ୍ୟ ବ୍ଲାକ ରଙ୍ଗର ସୁଟ୍‌ ପିନ୍ଧିଥିବା ନଜର ଆସିଥିଲେ।

ପାଖାପାଖି ୪ ବର୍ଷ ଧରି ଡେଟ୍‌ କରିବା ପରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଯୋଡ଼ି। ଅଖତର ଫ୍ୟାମିଲିର ଖଣ୍ଡାଲା ସ୍ଥିତ ଫାର୍ମ ହାଉସ୍‌ରେ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଉଭୟେ ହିନ୍ଦୁ ରୀତି ନୀତିରେ କି ମୁସ୍‌ଲିମ୍‌ ନୀତିରେ ବିବାହ କରି ନାହାନ୍ତି। ବରଂ କିଛି ହଟ୍‌କେ କରିଛନ୍ତି। ଶିବାନୀ ଓ ଫରହାନ Vow ଓ ରିଂ ସେରିମନି କରି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.