ଓ୍ଵାର୍କଆଉଟ କରିବା ସମୟରେ ବେହୋସ୍ ହେଲେ ଶିଳ୍ପା ସେଟ୍ଟୀ, ଦେଖନ୍ତୁ ଭାଇରାଲ ଭିଡିଓ
ବଲିଉଡ୍ ଆକ୍ଟ୍ରେସ୍ ଶିଳ୍ପା ସେଟ୍ଟୀ କେତେ ଫିଟନେସକୁ ନେଇ ସିରିୟସ୍ ଏହା ସମସ୍ତେ ଜାଣନ୍ତି। ସେ ତାଙ୍କ ଜିମ ଓ୍ଵାର୍କଆଉଟ, ଯୋଗ, ମେଡିଟେସନ, ଡାଏଟ ଠାରୁ ନେଇ ଅନେକ ଜିନିଷ ପ୍ରତି ବହୁତ ଦାୟିତ୍ୱବାନ ରୁହନ୍ତି। ଡେଲି ଓ୍ଵାର୍କଆଉଟ ଶିଳ୍ପାଙ୍କ ପାଇଁ ଡେଲି ଡାଏଟ ଭଳି। ଶିଳ୍ପା ୩୧ ଜାନୁୟାରୀରେ ନିଜର ଓ୍ଵାର୍କଆଉଟର ଭିଡିଓ ସେୟାର କରିଛନ୍ତି। ମଜାର କଥା ହେଉଛି ଏହି ଭିଡିଓକୁ ଶିଳ୍ପା ତଳେ ବେହୋସ ଅବସ୍ଥାରେ ନଜର ଆସୁଥିବା ଦେଖିବାକୁ ମିଳୁଛି।
ବାସ୍ତବରେ ଶିଳ୍ପା ବେହୋସ୍ ହୋଇନାହାଁନ୍ତି ୩୧ ଜାନୁୟାରୀ ଦିନ ତାଙ୍କର ଓ୍ଵାର୍କଆଉଟ ସେସନ୍ କିଛି ଅଧିକ ରହିଥିଲା। ଏତେ ଅଧିକ ସମୟ ଓ୍ଵାର୍କଆଉଟ୍ କରିବା ପରେ ଶିଳ୍ପା ଥକି ଯାଇ ତଳେ ଶୋଇପଡିଥିଲେ। ସେ ଏହି ଭିଡିଓ ମଜାଦାର ଅନ୍ଦାଜରେ ହିଁ ବନାଇଛନ୍ତି। ଶିଳ୍ପାଙ୍କ ଏପରି ଅବସ୍ଥା ଦେଖି ତାଙ୍କ ଟ୍ର୍ରେନର ମଧ୍ୟ ହସୁଥିବା ନଜର ଆସୁଛନ୍ତି। ଭିଡିଓ ଶେଷରେ ଶିଳ୍ପା ଉଠୁଛନ୍ତି ଏବଂ କହୁଛନ୍ତି ମାର ଡାଲା…ଆଲହା…।
ଶିଳ୍ପା ଭିଡିଓରେ ମସ୍ତି ମଜାର ଭିଡିଓ ସେୟାର କରିଛନ୍ତି ସତ, କିନ୍ତୁ ଭିଡିଓକୁ ସେୟାର କରି କ୍ୟାପ୍ସନରେ ନିଜ ଫ୍ୟାନ୍ସଙ୍କୁ ଏକ୍ସରସାଇଜ କରିବା ପାଇଁ ମୋଟିଭେଟ୍ କରିଛନ୍ତି। ଶିଳ୍ପା ପ୍ରାୟ ସମୟୟରେ ନିଜର ଫିଟନେସ୍ ଭିଡିଓ ଲୋକଙ୍କୁ ଫିଟ୍ ରହିବାକୁ ପ୍ରେରିତ କରିବାକୁ ସେୟାର କରନ୍ତି। ନିଜର ଫଲୋଅର୍ସଙ୍କୁ ଡାଏଟ୍ ପ୍ଲାନ ବିଷୟରେ ମଧ୍ୟ କୁହନ୍ତି। ସେହିପରି ଓ୍ଵାର୍କଫ୍ରଣ୍ଟ ବିଷୟରେ କହିବା ତ ଶିଳ୍ପା ଗତ ଥର ହଙ୍ଗାମା ୨ରେ ଦେଖାଦେଇଥିଲେ। ସେ ବର୍ତ୍ତମାନ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟରେ ଜଜ୍ ଭାବେ ନଜର ଆସୁଛନ୍ତି।
View this post on Instagram