ଏହି ମନ୍ଦିରକୁ ଯିବା ପାଇଁ ହେଲେ କରିବାକୁ ପଡ଼େ ୧୪ ଦିନର ଉପବାସ , ମାନିବାକୁ ପଡେ କଡ଼ା ନିୟମ

ଏ ଦେଶ ହେଉଛି ପୁଣ୍ୟ ଭୂମିର ଦେଶ। ଏଠାରେ ଭଗବାନଙ୍କ ମନ୍ଦିର ଅସଂଖ୍ୟ ଭାବେ ରହିଛି। ଯାହାର ସଠିକ ଗଣନା କରିବା ଅସମ୍ଭବଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁଠାରେ ବିଭିନ୍ନ ପ୍ରକାରର ଦେବା ଦେବୀଙ୍କୁ ପୂଜା କରାଯାଏ ଆମ ଦେଶରେ ଅନେକ ମନ୍ଦିର ଅଛି ଯେଉଁଠି ପ୍ରତି ଲୋକଙ୍କ ଆସ୍ଥା ଅତୁଟ ଦେଖିବାକୁ ମିଳିଥାଏ ।

ସଂସାସର ବହୁତ ଲୋକ ଅଛନ୍ତି ଯିଏକି ଭଗବାନଙ୍କୁ ଖୁବ ଭକ୍ତି କରିଥାନ୍ତି ।ଦୁନିଆରେ ଭାରତ ହେଉଛି ବିଶ୍ୱାସର କେନ୍ଦ୍ର ବିନ୍ଦୁ । ଏଠାରେ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ମନ୍ଦିର ଅଛି। ଏମାନଙ୍କ ଭିତରେ ଏପରି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କାହା ଦ୍ଵାରା ସମାଧାନ ହୋଇପାରିନାହିଁ ।

ଭାରତ ଏକ ପ୍ରାଚୀନ ଧାର୍ମିକ ସ୍ଥଳ ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ। ଭାରତରେ ମନ୍ଦିରକୁ ନେଇ ଅନେକ କଥା ଶୁଣାଯାଏ। କେମିତି ମନ୍ଦିର ସ୍ଥାପନ କରାଯାଇଥିଲା, କିଏ ମନ୍ଦିର ନିର୍ମାଣ କରିଥିଲେ ତାକୁ ନେଇ ଅନେକ କାହାଣୀ ଥାଏ।

ସାବରୀମାଲା ମନ୍ଦିର ଭାରତର ସବଠୁ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଏକ। ପ୍ରତିଦିନ ଏହି ମନ୍ଦିରକୁ ହଜାର ହଜାର ଲୋକ ଆସିଥାନ୍ତି। ଏହି ମନ୍ଦିରର ନାମ ସବରୀଙ୍କ ନାମରେ ରଖାଯାଇଛି। ଯାହା ବିଷୟରେ ରାମାୟଣରେ କୁହାଯାଇଛି। ସବରୀମାଳା ମନ୍ଦିର ୧୮ଟି ପାହାଡ଼ ମଝିରେ ରହିଛି। ଏହି ମନ୍ଦିରରେ ଭଗବାନ ଅୟପ୍ପାଙ୍କ ପୂଜା କରାଯାଏ। ଭଗବାନ ଅୟପ୍ପାଙ୍କୁ ହରିହର ପୁତ୍ର କୁହାଯାଏ। ମାନ୍ୟତା ରହିିଛି ଯେ ଅୟପ୍ପା ଭଗବାନ ବିଷ୍ଣୁ ଓ ଶିବଙ୍କର ମାନସ ପୁତ୍ର। ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାନ୍ତି। କିନ୍ତୁ ଏମାନଙ୍କୁ ଖାସ ନିୟମ ପାଳନ କରିବାକୁ ପଡେ। ଜାଣନ୍ତୁ ସେହି ଖାସ ନିୟମ ସମ୍ପର୍କରେ..

ସାବରୀମାଲା ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଜାନୁଆରୀରୁ ନଭେମ୍ବର ପର୍ଯ୍ୟନ୍ତ ଖୋଲାଯାଇଥାଏ । ଅନ୍ୟ ସମୟରେ ଏହି ମନ୍ଦିର ବନ୍ଦ ରୁହେ। ମନ୍ଦିରକୁ ପ୍ରବେଶ କରିବା ପାଇଁ ପମ୍ପା ତ୍ରିବେଣୀ ଘାଟରେ ସ୍ନାନ କରିବାକୁ ପଡ଼ିଥାଏ । ଏଠାରେ ପ୍ରଥମେ ଗଣେଶଙ୍କର ପୂଜା କରାଯାଏ। ପରେ ସିଡ଼ି ଉପରେ ଚଢ଼ି ଭଗବାନଙ୍କୁ ପୂଜା କରାଯାଏ। ଏହାର ପ୍ରଥମ କ୍ରମରେ ସବରୀ ପୀଠ ଆସିଥାଏ । ଏହାପରେ ଶରଣମକୁଟ୍ଟୀ ପୀଠ ଆସେ।

ଶ୍ରଦ୍ଧାଳୁ ମାନେ ଏଠାକୁ ଆସିବା ପାଇଁ ୧୪ ଦିନର ବ୍ରତ କରିଥାନ୍ତି। ବ୍ରତ କରୁଥିବା ଲୋକ ପବିତ୍ର ସିଢ଼ି ଉପରେ ଯାଇଥାନ୍ତି। ପରେ ୧୮ ପାହାଚ ଆସିବ । ପରେ ଭକ୍ତ ଘିଅରେ ଭରପୂର ନଡ଼ିଆକୁ ଫଟାଇଥାନ୍ତି। ଏହି ନଡ଼ିଆକୁ ଶେଷରେ ଯଜ୍ଞ କୁଣ୍ଡରେ ପକାଇଥାନ୍ତି। ଏହାର କିଛି ଅଂଶକୁ ପ୍ରସାଦ ରୂପେ ଦିଆଯାଏ।