ଆଜି ସାଉଥ୍ କମେଡିଆନ୍ ବ୍ରହ୍ମାନନ୍ଦନମଙ୍କ ଜନ୍ମ ଦିନ, ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ଅଛି ତାଙ୍କ ନାମ

ସାଉଥ୍ କମେଡିଆନ ବ୍ରହ୍ମାନନ୍ଦନମଙ୍କ ପରିଚୟ ଦେବାକୁ ପଡ଼ିବନି । ତାଙ୍କର ଦମଦାର କମେଡି ଅକ୍ଟିଂ ପାଇଁ ତାଙ୍କୁ ସମସ୍ତେ ଜାଣନ୍ତି । ସେ ଜଣେ ଏମିତି ହାସ୍ୟ ଅଭିନେତା, ତାଙ୍କ ରେକର୍ଡ ଭାଙ୍ଗିବା କୌଣସି କମେଡିଆନଙ୍କ ପାଇଁ ସହଜ କଥା ନୁହେଁ। ତେବେ ଆଜି ସେ ୬୬ ବର୍ଷ ବୟସରେ ପାଦ ଥାପିଛନ୍ତି ।

ସେ ୧୯୬୫ ମସିହା ଫେବୃୟାରୀ ୧ ରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମ ନେଇଥିଲେ । ଆଜି ତାଙ୍କ ଜନ୍ମ ଦିନରେ ତାଙ୍କୁ ଚଳଚ୍ଚିତ୍ର ଦୁନିଆର ସବୁ କଳାକାର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଗୋଟେ ପ୍ରାଇଭେଟ୍ କଲେଜ ପ୍ରଫେସରରୁ ଜଣେ ସଫଳ କମେଡି ଷ୍ଟାର ହେବାର ଜର୍ଣି ତାଙ୍କ ପାଇଁ ଖୁବ୍ ଭଲ ଥିଲା ବୋଲି ସେ କହିଛନ୍ତି। କାରଣ ତାଙ୍କର ପ୍ରଥମ ଅଭିନୟରୁ ହିଁ ସେ ଅନେକ ଲୋକଙ୍କ ମନରେ ଜାଗା ତିଆରି କରିଥିଲେ ।

ସେ ଜଣେ ଏମିତି ଏକ କଳାକାର ଯିଏ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।ଏମିତିକି ତାଙ୍କ ନାମ ଅଧିକ ଚଳଚ୍ଚିତ୍ର କରିଥିବା କଳାକାରଙ୍କ ଠାରୁ ବହୁତ୍ ଆଗରେ ଅଛି ଓ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ହୋଇଛି। କେବଳ ଫିଲ୍ମ କଳାକାର ନୁହେଁ ତାଙ୍କର ସମସ୍ତ ପ୍ରଶଂସକ ଆଜି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ସେ ନିଜର ଅଦ୍ଭୁତ ବ୍ୟଙ୍ଗ ଅଭିନୟ ସହିତ ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ସ୍ଥାନ ତିଆରି କରିଛନ୍ତି।

ତାଙ୍କ ଲୋକପ୍ରିୟତା କିଛି କମ ନୁହେଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚଳଚ୍ଚିତ୍ର ଦୁନିଆକୁ ଆସିବା ପୂର୍ବରୁ ସେ ଜଣେ ପ୍ରଫେସର ଥିଲେ ଏବଂ ସେ ଏକ ଘରୋଇ କଲେଜରେ ଶିକ୍ଷାଦାନ କରୁଥିଲେ । କିନ୍ତୁ ଶିକ୍ଷାଦାନ କରିବା ସମୟରେ ଅଭିନୟରେ ତାଙ୍କର ଆଗ୍ରହ ଧୀରେ ଧୀରେ ଜାଗ୍ରତ ହେଲା ଏବଂ ସେ ନିଜର କ୍ୟାରିୟର ସିନେମା ଜଗତରେ ଆରମ୍ଭ କଲେ । ବର୍ତ୍ତମାନ ବ୍ରହ୍ମାନନ୍ଦମ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ, ବ୍ରହ୍ମାନନ୍ଦମଙ୍କ ଲୋକପ୍ରିୟତା ଏତେ ଯେ ଦକ୍ଷିଣର ପ୍ରତ୍ୟେକ ନିର୍ଦ୍ଦେଶକ ତାଙ୍କୁ ତାଙ୍କ ଚଳଚ୍ଚିତ୍ରରେ ନେବାକୁ ଚାହାଁନ୍ତି । ସେ ଚଳଚ୍ଚିତ୍ରରେ, ଅନେକ ହିରୋଙ୍କର ବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି। ସେ ଚଳଚ୍ଚିତ୍ର ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।

ସେ କେବଳ ତେଲୁଗୁ ନୁହେଁ ହିନ୍ଦୀ ଓ ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ତାଙ୍କୁ ୨୦୦୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଲୋକମାନଙ୍କୁ ହସାଇବା ପାଇଁ ସେ ଜନ୍ମ ହୋଇଛନ୍ତି ବୋଲି କହିଛନ୍ତି। ‘ଚନ୍ତାବାବାଇ’ ନାମକ ଚଳଚ୍ଚିତ୍ରରେ ପ୍ରଥମେ ତାଙ୍କୁ ଏକ ଛୋଟ ଭୂମିକାରେ ଦେଖିବାକୁ ମିଳିଥିଲା । ସେବେଠାରୁ ତାଙ୍କର ଭାଗ୍ୟ ଖୋଲିଯାଇଥିଲା । ତାଙ୍କ ଅଭିନୟ ଓ କମେଡି ଦେଖି ତାଙ୍କୁ ଅନେକ ନିର୍ଦ୍ଦେଶକ ଅଫର ଦେଇଥିଲେ । ସେ ଆଜି ପର୍ଯ୍ୟନ୍ତ ପାଖା ପାଖି ୧୦୦୦ ରୁ ଅଧିକ ଫିଲ୍ମ କରିସାରିଛନ୍ତି । କାହାପାଇଁ ସେ ମୋଟା ଅଙ୍କର ରାଶି ମଧ୍ୟ ନିଅନ୍ତି । ଏମିତିକି ସେ ୧ ଘଣ୍ଟାର ଅଭିନୟ ପାଇଁ ନିଅନ୍ତି ୩ ଲକ୍ଷ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.