ଭଡ଼ା ଘର କୂଅରୁ ମିଳିଲା ମୋ ବସ୍ ମହିଳା କଣ୍ଡକ୍ଟରଙ୍କ ମରଶରୀର, ସନ୍ଦେହରେ ପରିବାର ଲୋକ

ଭୁବନେଶ୍ବର(କେନ୍ୟୁଜ୍): ମୋ ବସ୍  ମହିଳା କଣ୍ଡକ୍ଟରଙ୍କ ସନ୍ଦେହ ଜନକ ମୃତ୍ୟୁ। ସାମନ୍ତରାପୁରୁ ଶ୍ରୀରାମ ନଗର ଅଞ୍ଚଳର ରହୁଥିବା  ମୋ ବସ୍ କଣ୍ଡକ୍ଟର କ୍ରିଷ୍ଣା ମହାନ୍ତିଙ୍କ ଗତକାଲି ଗଳିତ ମୃତ ଦେହ କୂଅରୁ ଉଦ୍ଧାର ହୋଇଛି।

ଗତକାଲି ସମୟ ପାଖାପାଖି ସକାଳ ୬.୩୦ରୁ ୭ଟା  ଭିତରେ  କ୍ରିଷ୍ଣା ମହାନ୍ତି ରୁହୁଥିବା ଘରର ମାଲିକ କୂଅରେ କ୍ରିଷ୍ଣା ମହାନ୍ତିଙ୍କ ମରଶରୀର ପଡିଥିବା ଦେଖି ଲିଙ୍ଗରାଜ ଥାନାକୁ ଫୋନ କରିଥିଲେ। ଘଟଣା ସ୍ଥଳରେ ପୋଲିସ ଓ ଫରେନ୍ସିକ୍ ଟିମ୍ ପହଞ୍ଚି  କୂଅରୁ  କ୍ରିଷ୍ଣା ମହାନ୍ତିଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା। ପରେ ଘର ଲୋକଙ୍କୁ  ଡାକି ମୃତ ଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ଲିଙ୍ଗରାଜ ପୋଲିସ  ।

ଭଲ ପାଠୁଆ ଝିଅ ଭାବରେରେ ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦରେ ବିଜ୍ଞାନ ବିଭାଗରୁ ଭଲ ମାର୍କ ରଖି ପାସ୍ କରିଥିଲେ କ୍ରିଷ୍ଣା।ପରେ    କିଛି ମାସ ହେବ କୃଷ୍ଣା ମୋ ବସ୍ ରେ କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ଏହା ପୂର୍ବରୁ କ୍ରିଷ୍ଣା ମହାନ୍ତି ଚାକିରି କରିବା ପାଇଁ କିଛି ଲକ୍ଷ ଟଙ୍କା କୁଆଡେ କାହୁକୁ ଦେଇଥିଲେ।ସେହି ଚିନ୍ତା ରେ ଅନେକ ସମୟ ଚାପରେ ରହୁଥିଲେ।  ଏଥିପାଇଁ ସେ ଅତ୍ମହତ୍ୟା କରିଥାଇ ପାରନ୍ତି ବୋଲି କ୍ରିଷ୍ଣାଙ୍କ ବାପା କହିଛନ୍ତି।

ସୂଚନା ମୂତାବକ କ୍ରିଷ୍ଣାଙ୍କ ଜନ୍ମ ସ୍ଥାନ ଭଦ୍ରକ ଜିଲ୍ଲାରେ। ଦୀର୍ଘ ୧୦/୧୨ ବର୍ଷ ହେବ କ୍ରିଷ୍ଣା ନିଜ ପିତା ଅଶୋକ ମହାନ୍ତି ଓ ଅନ୍ୟ ୪ଭଉଣୀଙ୍କ ସହିତ ଭୁବନେଶ୍ବରରେ  ଏକାଠି ରହୁଥିଲେ। କିନ୍ତୁ ଗତ ୩ ବର୍ଷ ହେବ କ୍ରିଷ୍ଣା ଅଲଗା ହୋଇ ବାହାରେ ଘର ଭଡ଼ା ନେଇ ରହୁଥିଲେ। ଗତ ୬ ମାସ ହେବ କ୍ରିଷ୍ଣା ସାମନ୍ତରାପୁରୁ ଶ୍ରୀରାମ ନଗର ଅଞ୍ଚଳର ରହୁଥିଲେ। ସବୁ କିଛି ଠିକ୍ ଥିଲା । ହେଲେ ହଠାତ କେମିତି କ୍ରିଷ୍ଣାଙ୍କ ମୃତ ଦେହ କୂଅରେ ପଡିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।