ଖାଲି ଦେହରେ ବରଫ ଭିତରେ ଯୋଗ କଲେ ବିଦ୍ୟୁତ୍‌, ଲୋକେ ପଚାରୁଛନ୍ତି ‘କେମିତି ସହିଲେ ଏତେ ଥଣ୍ଡା’

ବଲିଉଡର ଦମଦାର ଆକ୍ଟର ଭାବେ ଜଣାଶୁଣା ବିଦ୍ୟୁତ ଜାମଓ୍ଵାଲ। ଫିଲ୍ମରେ ଭରପୂର ଧମାକେଦାର ଆକ୍ସନ ସିନ୍‌ କରନ୍ତି ବିଦ୍ୟୁତ। ବିଦ୍ୟୁତ ଏବେ ନିଜର ଅପକମିଂ ଫିଲ୍ମ ‘ଖୁଦା ହାପିଜ୍‌: ଚାପ୍ଟର ୨’ର ପ୍ରମୋସନ କରିବାରେ ବ୍ୟସ୍ତ ରହିଛନ୍ତି। ଏହା ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି।

ଏହି ଭିଡିଓରେ ବିଦ୍ୟୁତ ହିମାଳୟର ୬ ଫୁଟ ଗଭୀର ବରଫ ଭିତରେ ନିଜକୁ ଢାଙ୍କିଥିବା ନଜର ଆସିଛନ୍ତି। ସାର୍ଟଲେସ ହୋଇ ନିଜେ ବରଫ ଭିତରେ ବସିଛନ୍ତି। ଆଉ ଏହି ସମୟରେ କଲାରିପୟାଟୁ( ଭାରତୀୟ ମାର୍ସିଆଲ ଆଟର୍ସ) ଅଭ୍ୟାସ କରୁଥିବା ନଜର ଆସିଛନ୍ତି। ଭିଡିଓରେ ନିଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ କ୍ରିୟା କରୁଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by Vidyut Jammwal (@mevidyutjammwal)

ଏହି ଭିଡିଓକୁ ସେୟାର କରି ବିଦ୍ୟୁତ କ୍ୟାପସନ ଲେଖିଛନ୍ତି, ‘ କଲାରିପୟାଟୁ କହିଥାଏ, ଆପଣଙ୍କ ଭିତରେ ଯୋଗ୍ୟ ଉଦୟ ଅପେକ୍ଷାରେ ରହିଛି।

ବିଦ୍ୟୁତ ଜାମଓ୍ଵାଲ ଏବେ ‘ଖୁଦା ହାପିଜ ୨’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ ଶିବଲେଖା ଓବରୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଜୁଲାଇ ୮ ତାରିଖରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.