ଯୁବ ବୈଜ୍ଞାନିକଙ୍କ ପାଇଁ ଘୋଷଣା ହେଲା INSA Medal, ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି; ଏବେ ହିଁ କରନ୍ତୁ ଆବେଦନ

ଯୁବ ବୈଜ୍ଞାନିକଙ୍କୁ ଉତ୍ସାହିତ ତଥା ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଇନ୍‌ସା ମେଡାଲ ଫର ୟଙ୍ଗ୍‌ ସାଇଣ୍ଟିଷ୍ଟସ୍‌ ୨୦୨୨ (INSA Medal for Young Scientists 2022)। ଭାରତୀୟ ଜାତୀୟ ବିଜ୍ଞାନ ସଂସ୍ଥାନ (Indian National Science Academy (INSA)) ପକ୍ଷରୁ ଯୁବ ବୈଜ୍ଞାନିକଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା (Science and Technology) କ୍ଷେତ୍ରରେ ଯୁବ ବୈଜ୍ଞାନିକଙ୍କ ଅତୁଳନୀୟ ଅବଦାନ ତଥା ରିସର୍ଚ୍ଚ ପାଇଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଚଳିତବର୍ଷ ୪୦ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

୪୦ ବର୍ଷରୁ କମ୍‌ ବୟସ୍କ ଯୁବ ବୈଜ୍ଞାନିକ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ଆବେଦନ କରୁଥିବା ବୈଜ୍ଞାନିକଙ୍କୁ ଡିସେମ୍ବର ୩୧ ସୁଦ୍ଧା ୪୦ ବର୍ଷ କିମ୍ବା ତା’ ଠାରୁ କମ୍‌ ବୟସ ହୋଇଥିବା ଆବଶ୍ୟକ। ଏହି ବୈଜ୍ଞାନିକଙ୍କୁ ଚଳିତବର୍ଷ ସମ୍ମାନିତ କରାଯିବ।

ବୈଜ୍ଞାନିକଙ୍କୁ ପୁରସ୍କାର ସ୍ୱରୂପ ମେଡାଲ, ସାର୍ଟିଫିକେଟ୍‌ ଓ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ପୁରସ୍କାର ପାଇବାକୁ ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ଡିସେମ୍ବର ୨୦୨୨। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଡିସେମ୍ବର ୧୫ କିମ୍ବା ତା’ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ଇମେଲ୍‌ ମାଧ୍ୟମରେ ପ୍ରାର୍ଥୀ ନିଜ ଆବେଦନ ଦାଖଲ କରିପାରିବେ।

ଯୋଗ୍ୟତା:

  • ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ବୈଜ୍ଞାନିକଙ୍କର ଅବଦାନ ଥିବା ଆବଶ୍ୟକ।
  • ସେ ସ୍ୱାଧୀନ ଭାବେ କିଛି ରିସର୍ଚ୍ଚ କରିଥିବା ଜରୁରୀ।
  • ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ ସାନ ହୋଇଥିବା ଦରକାର।
  • ଡିସେମ୍ବର ୨୦୨୨ ମଧ୍ୟରେ ତାଙ୍କ ବୟସ ୪୦ ବର୍ଷ କିମ୍ବା ତା’ ଠାରୁ କମ୍‌ ହୋଇଥିବା ଆବଶ୍ୟକ।

ପୁରସ୍କାର ସଂଖ୍ୟା:

ଚଳିତବର୍ଷ ୪୦ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ଆବେଦନ ଶେଷ ତାରିଖ:

ପ୍ରାର୍ଥୀ ୧୫ ଡିସେମ୍ବର ୨୦୨୨ ଭିତରେ ଏଥି ପାଇଁ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:

ପ୍ରାର୍ଥୀ ବିଜ୍ଞାନରେ କେଉଁ ବିଷୟରେ ରିସର୍ଚ୍ଚ କରିଛନ୍ତି, ସେହି ଆଧାରରେ ତାଙ୍କୁ ଚୟନ କରାଯିବ। ଏକ ଉଚ୍ଚସ୍ତରୀୟ କମିଟି ଏହା ନିର୍ଦ୍ଧାରିତ କରିବ।

ପୁରସ୍କାର:

  • ମେଡାଲ, ସାର୍ଟିଫିକେଟ୍‌ ଓ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି
  • ମେଡାଲର ଆକାର- ୬.୩୫ ସେମି ବ୍ୟାସ
  • ଓଜନ-୧୧୪ ଗ୍ରାମ୍‌
  • ଏଥିରେ ଏକାଡେମୀର ଏକ ସିଲ୍‌ ରହିଛି।

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://insaindia.res.in/aa4young1.php କୁ ଯାଇ ଚେକ୍‌ କରିପାରିବେ।

Also Read: ଗିନିଜ୍ ବୁକ୍‌ରେ ସବୁଠୁ ଉଚ୍ଚ ରଥର ମାନ୍ୟତା ପାଇଲା କେନ୍ଦୁଝରର ଶ୍ରୀବଳଦେବ ଜିଉଙ୍କ ନନ୍ଦିଘୋଷ ରଥ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.