ଓଲିଉଡ୍‌ର ନୂଆ ସିନେମା ନାଁ ଦିଆଯାଇଛି ‘ଫ୍ଲପ୍‌ ଫିଲ୍ମ’, କାହିଁକି ଜାଣନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସୁଛି ଗୋଟିଏ ନୂଆ ଓଡ଼ିଆ ଫିଲ୍ମ । ନା ତାର ରହିଛି ‘ଫ୍ଲପ୍‌ ଫିଲ୍ମ’ । ତେବେ ଫିଲ୍ମର ନାଁ ଶୁଣି ଏମିତି ଚମକି ଯାଆନ୍ତୁ ନାହିଁ । ଯାହା ସୂଚନା ମିଳିଛି ଫିଲ୍ମର ପ୍ରଯୋଜକ ହେଲେ ଅଭିନେତା ବବି ମିଶ୍ର । ଏଥିରେ ସମ୍ବିତ ଓ ରିୟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏମାନଙ୍କ ସହିତ ଉତ୍ତମ ମହାନ୍ତି, ନିଜେ ବବି ମିଶ୍ର, ଶ୍ରୀତମ ଦାସ, ଦେବୁ ବ୍ରହ୍ମା, ପିଣ୍ଟୁ ନନ୍ଦ ଏବଂ ଓଲିଉଡ୍‌ର ଅନ୍ୟ ଜଣାଶୁଣା କଳାକାରଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା । ସବୁ ଫିଲ୍ମ ଭଳି ଏଥିରେ ବି କିଛି ଅଲଗା କଥା କରିବାକୁ ଚାହିଁଛନ୍ତି ବୋଲି ସେ କହିଛନ୍ତି । ଓଡ଼ିଶାରେ କାହିଁକି ଓଡ଼ିଆ ଫିଲ୍ମ ଫ୍ଲପ୍‌ ହେଉଛି ତାକୁ ଭିତ୍ତି କରି ଫିଲ୍ମରେ କିଛି ବାର୍ତ୍ତା ରହିଥିବା ସେ ସୂଚନା ଦେଇଛନ୍ତି । ତେବେ ଫିଲ୍ମରେ ବହୁତ କମେଡ଼ି ରହିଛି ବୋଲି ଅଭିନେତାମାନେ କହିଛନ୍ତି । ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ।

BOBBY MISHRA-2

ଫ୍ଲପ୍‌ ଫିଲ୍ମର ସୁଟିଂ ସରି ଯାଇଛି । ବାକି କାମ ଖୁବ୍‌ ଶୀଘ୍ର ସରିଯିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରୁଛି । ତେବେ ଏହାର ରିଳଇଜ୍‌ ସମୟ ଧାର୍ଯ୍ୟ କରାଯାଇନାହିଁ । ତେବେ ଦେଖିବାର କଥା ଫିଲ୍ମଟି ସତରେ ଫ୍ଲପ୍‌ ହେଉଛି ନା ହିଟ୍‌ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.