Below header

ପ୍ରିୟଙ୍କା – ଦୀପିକାଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ଦୀପିକା ଏବଂ ପ୍ରିୟଙ୍କାଙ୍କୁ ପଛରେ ପକାଇଲେ ଶ୍ରଦ୍ଧା କପୁର । ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଲୋକପ୍ରିୟ ସେଲିବ୍ରିଟି ହୋଇଛନ୍ତି ଶ୍ରଦ୍ଧା । ଏହା ପ୍ରଥମ ହୋଇଛି ଯେ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦ୍ୟୁକୋନ ଏବଂ ଆଲିୟା ଭଟ୍ଟ ଭଳି ଅଭିନେତ୍ରୀଙ୍କୁ ପଛରେ ପକାଇ ଇନଷ୍ଟାଗ୍ରାମରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଶ୍ରଦ୍ଧା ।

ଏହି ରିପୋର୍ଟ ପ୍ରକାଶ କରିଛି ୟୁଏସର ମିଡିଆ ଟେକ୍ କମ୍ପାନୀ ସ୍କୋର୍ ଟ୍ରେଣ୍ଡସ୍ ଇଣ୍ଡିଆ । ଶ୍ରଦ୍ଧାଙ୍କୁ ୧୦୦ ଅଙ୍କ ମିଳିଥିବା ବେଳେ ଆଲିୟା ଭଟ୍ଟ ୮୫ ଅଙ୍କ ସହ ଅଛନ୍ତି ଦ୍ବିତୀୟ ସ୍ଥାନରେ । ଦୀପିକା ୬୮ ଅଙ୍କ ସହ ୩ୟ ସ୍ଥାନରେ ଥିବା ବେଳେ ୬୬ ଅଙ୍କ ସହ ଚତୁର୍ଥ ସ୍ଥାନରେ ଅଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା । ଅନ୍ୟପଟେ ୫୯ ଅଙ୍କ ସହ ପଂଚମ ସ୍ଥାନରେ ଅଛନ୍ତି ମସକଲି ଗର୍ଲ ସୋନମ୍ କପୁର ।

ରାଜକୁମାରଙ୍କ ସହ ସିନେମା ସ୍ତ୍ରୀ ଏବଂ ସାହିଦ୍ କପୁରଙ୍କ ସହ ସିନେମା ବତୀ ଗୁଲ ମିଟର ଚାଲୁର ପବ୍ଲିସିଟି ଶ୍ରଦ୍ଧାଙ୍କ ଲୋକପ୍ରିୟତା ଇନଷ୍ଟା ପୋଷ୍ଟ ଏବଂ ଇନଷ୍ଟା ସିରିଜ୍ ଜରିଆରେ ବଢାଇଦେଇଛି । ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ଏହି ଦୁଇ ସିନେମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.