ପୁଣିଥରେ ଭାଙ୍ଗିଲା ଶ୍ୱେତା ତିଓ୍ଵାରୀଙ୍କ ବିବାହ, ଆଉଥରେ ପ୍ରେମରେ ପଡ଼ିବାକୁ ନେଇ ଏହି ଟେଲି ଅଭିନେତ୍ରୀ ଦେଲେ ଏଭଳି ଜବାବ

ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ ରିଲ୍‌ ଲାଇଫ୍‌ ରିଲେସନ୍‌ ଯେତେ ଷ୍ଟଙ୍ଗ୍‌ ତାଙ୍କ ରିୟଲ ଲାଇଫ୍‌ ସମ୍ପର୍କ ସେତେ ଦୁର୍ବଳ। କସୌଟି ଜିନ୍ଦେଗୀ କି ସିରିୟଲ୍‌ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ୱେତାଙ୍କୁ ଦାମ୍ପତ୍ୟ ଜୀବନରେ ଖୁବ୍‌ କଷ୍ଟ ସହିବାକୁ ପଡ଼ିଛି। କିନ୍ତୁ ସବୁ ପରିସ୍ଥିତିକୁ ଅତି ସାହସିକତାର ସହ ମୁକାବିଲା କରିଥିଲେ ଏହି ଟେଲି ଅଭିନେତ୍ରୀ। ଶ୍ୱେତାଙ୍କ କହିବାନୁସାରେ ଗୋଟେ ସମୟରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିଲେ।

ତେବେ ଦୁଇ ଦୁଇଟି ବିବାହ ଭାଙ୍ଗିବା ପରେ ଶ୍ୱେତା କ’ଣ ପୁଣି ଥରେ ପ୍ରେମରେ ପଡ଼ିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ‘ମୁଁ ପୂର୍ବରୁ ହିଁ ମୋ ଛୁଆର ପ୍ରେମରେ ଅଛି ମୋ ପାଖରେ ଆଉ କାହା ପାଇଁ ସମୟ ନାହିଁ। ମୁଁ ଏବେ ମୋ ଛୁଆ ସହ ଭଲରେ ଅଛି ଓ ମୋତେ କାହା ପ୍ରେମ ଆବଶ୍ୟକତା ନାହିଁ’ ବୋଲି କହିଛନ୍ତିି ଛୋଟ ପରଦାର ଏହି ହିଟ୍‌ ଅଭିନେତ୍ରୀ।

ସୂଚନାଯୋଗ୍ୟ ଯେ, ନିକଟରେ ଶ୍ୱେତା ନିଜ ଦ୍ୱିତୀୟ ସ୍ୱାମୀ ଅଭିନବଙ୍କ ଠାରୁ ଅଲଗା ହୋଇଛନ୍ତି। କିଛି ବର୍ଷ ପୂର୍ବେ ରାଜାଙ୍କ ସହ ଶ୍ୱେତାଙ୍କ ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା। ବର୍ତ୍ତମାନ ଶ୍ୱେତାଙ୍କୁ ‘ମେରେ ଡ୍ୟାଡ୍‌ କି ଦୁଲ୍‌ହନ୍‌’ରେ ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.