Below header

ଦଶକର ଶ୍ରେଷ୍ଠ ଦିନିକିଆ ଓ ଟି୨୦ ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି, କୋହଲି ସବୁ ଫର୍ମାଟରେ ଫିଟ୍‌

ଭାରତର ପୂର୍ବ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋର ଦଶକର ଦିନିକିଆ ଓ ଟି୨୦ ଟିମ୍‌ର କ୍ୟାପ୍‌ଟେନ୍‌ ଭାବେ ଚୟନ କରାଯାଇଛି। ସେହିପରି ବିରାଟ କୋହଲିଙ୍କୁ ଟେଷ୍ଟ ଟିମ୍‌ର କ୍ୟାପ୍‌ଟେନ୍‌ ଭାବେ ମନୋନୀତ କରାଯାଇଛି। ୨୩ ଜଣିଆ ସଦସ୍ୟ ସମିତିଙ୍କ ଦ୍ୱାରା କରାଯାଇଥିବା ଏହି ଚୟନ ପ୍ରକ୍ରିୟା ୫୦ଟି ଟେଷ୍ଟ ତଥା ଛଅ ବର୍ଷ ଧରି କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ନେଇ କରାଯାଇଥିଲା।

୭୫ଟି ଦିନିକିଆ ଓ ୧୦୦ଟି ଟି୨୦ ମ୍ୟାଚ୍‌ ଖେଳିଥିବା ଖେଳାଳି ମଧ୍ୟ ଏଥିରେ ସାମିଲ ଥିଲେ। ଅଫ୍‌ ସ୍ପିନର ଭାବେ ଟେଷ୍ଟ ୧୧ରେ ଆର୍‌ ଅଶ୍ୱିନୀ ସାମିଲ ହୋଇଛନ୍ତି। ଇଂଲଣ୍ଡର ଆଲାଷ୍ଟେୟାର କୁକ୍‌ ଓ ନ୍ୟୁଜିଲ୍ୟାଣ୍ଡର କେନ୍‌ ଓ୍ଵିଲିୟମ୍‌ସନ୍‌ ସ୍କ୍ଵାର୍ଡ ଭାବେ ମନୋନୀତ ହୋଇଛନ୍ତି।

ତିନିଟିଯାକ ଫର୍ମାଟ୍‌ରେ ଚୟନ କରାଯାଇଥିବା ପ୍ରଥମ ଭାରତୀୟ ଖେଳାଳି ହେଉଛନ୍ତି କୋହଲି। ସେହିପରି ରୋହିତ ଶର୍ମା ଓ୍ଵାନଡେ ଏକାଦଶରେ ସ୍ଥାନ ପାଇଛନ୍ତି। ଯଶପ୍ରୀତ ବୁମ୍‌ରାହ, କୋହଲି ଓ ଧୋନି ଟି୨୦ ଟିମ୍‌ରେ ଅଛନ୍ତି। ଟି୨୦ ଟିମ୍‌ରେ ୱେଷ୍ଟଇଣ୍ଡିଜ୍‌ର ପାଞ୍ଚ ଜଣ ଖେଳାଳି କ୍ରିସ୍‌ ଗେଲ, ଡେ୍ଵନ୍‌ ବ୍ରାଭୋ, ସୁନୀଲ ନାରାୟଣ, କିରୋନ୍‌ ପୋଲାର୍ଡ ଓ ଆଣ୍ଡ୍ରେ ରସେଲ ସାମିଲ ଅଛନ୍ତି।

ସେହିପରି ମହିଳା ଟିମ୍‌ରେ ମିତାଲି ରାଜ୍‌ ଓ ଝୁଲନ୍‌ ଗୋସ୍ୱାମୀ ଓ୍ଵାନ୍‌ଡେ ଓ ଟି୨୦ରେ ସାମିଲ ଅଛନ୍ତି। ଅଷ୍ଟ୍ରେଲିଆର ମେଗ ଲାନିଙ୍ଗଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.