ଅଜବ ଦୁନିଆର ଗଜବ ସୃଷ୍ଟି, ନାରୀ ଶରୀର ଆକାରର ହୋଇଥାଏ ଏହି ଗଛର ଫୁଲ

ପ୍ରକୃତି ବି ଅଜବ । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବ ଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ ବି ଅଛି । ବୃକ୍ଷଲତାଙ୍କ ରଙ୍ଗ ସବୁଜ ହୋଇଥାଏ ବୋଲି ତ ସେମାନେ ସୂର୍ଯ୍ୟାଲୋକ ସାହାଯ୍ୟରେ ନିଜ ଖାଦ୍ୟ ପ୍ରସ୍ତୁତ କରିପାରନ୍ତି । ପରସ୍ପର ଉପରେ ଖାଦ୍ୟ ସକାଶେ ନିର୍ଭର କରିବା ପାଇଁ ଓ ଜୀବ ଜଗତରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ହିଁ ତ ପ୍ରକୃତି ଏକ ଖାଦ୍ୟଶୃଙ୍ଖଳା କରିଛି । ଆମ ପୃଥିବୀ ପୃଷ୍ଠରେ ଏମିତି ଗଛ ତଥା ଜୀବଜନ୍ତୁ ଅଛନ୍ତି ଯାହା ବିଷୟରେ ଅନେକେ ଏଯାବତ ଜାଣି ନଥିବେ କି ଶୁଣି ନଥିବେ ।

narilata

ଏମିତି ହିଁ ଏକ ଅଦ୍ଭୁତ ଗଛ ହେଉଛି ନାରୀଲତା । ଏହାର ନାଁକୁ ଶୁଣିବା କ୍ଷଣି ଯେ କେହି ପ୍ରଥମେ ଏକ ନାରୀର ଚିତ୍ର ନିଜ ଆଖି ସାମ୍ନାକୁ ଆଣିବ । ନାରୀଲତା ନାମକ ଏହି ଗଛରେ ଅଜବ ପ୍ରକାରର ଫୁଲ ଫୁଟିଥାଏ । ଏହି ଫୁଲର ଆକାର ଏକ ନାରୀ ଶରୀର ପରି ହିଁ ହୋଇଥାଏ । ଏହି କାରଣରୁ ତ ଏହାର ନାଁ ନାରୀଲତା ରଖାଯାଇଛି । ଏହି ଗଛ ସାଧାରଣତଃ ହିମାଳୟର ପାଦଦେଶ , ଶ୍ରୀଲଙ୍କା, ଥାଇଲାଣ୍ଡର କେତେକ ସ୍ଥାନରେ ହିଁ ଦେଖାଯାଇଥାଏ ।

narilata

କୁହାଯାଉଛି କି ୨୦ ବର୍ଷ ଅନ୍ତରରେ ହିଁ ଏହି ଗଛରେ ଫୁଲ ଫୁଟିଥାଏ । ଏହାର ରଙ୍ଗ ଈଷତ ହଳଦିଆ ରଙ୍ଗର । ପ୍ରଥମ ଥର ପାଇଁ ଏହାକୁ ଯିଏ ଦେଖିବ ଏକ ଛୋଟ କଣ୍ଡେଇ ଟିଏ ବୋଲି ହିଁ ଭାବିବ । ଏହି ଫୁଲଟି ସାଧାରଣ ବ୍ୟବହାରରେ ଆସୁନଥିଲେ ବି ଏହାର ଅଦ୍ଭୁତ ଆକାର ସମସ୍ତଙ୍କୁ ନିଜ ପ୍ରତି ଆକୃଷ୍ଟ କରିଥାଏ ।

narilata

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.