କୌଣସି କଥାକୁ ନେଇ ବହୁତ ଷ୍ଟ୍ରେସରେ ରହୁଥିଲେ ସିଦ୍ଧାନ୍ତ, ସାଙ୍ଗମାନେ କିଛିଦିନରୁ କରୁଥିଲେ ନୋଟିସ୍‌

ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଗତକାଲି ସକାଳେ ଜିମରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିଲେ ।

ତେବେ ସିଦ୍ଧାନ୍ତ ମୃତ୍ୟୁକୁ ତାଙ୍କ ସାଙ୍ଗମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସାଙ୍ଗର ମୃତ୍ୟୁକୁ ନେଇ ଚିନ୍ତାରେ ରହିଛନ୍ତି। ତେବେ ସେମାନେ କହିଛନ୍ତି, ସିଦ୍ଧାନ୍ତ କୌଣସି କଥାକୁ ନେଇ ବେଶ୍‌ ଚିନ୍ତିତ ରହୁଥିଲେ। ତାଙ୍କୁ ସବୁବେଳେ ଡିପ୍ରେସନରେ ଦେଖିବାକୁ ମିଳିଥିଲା। କେଉଁ କଥାକୁ ନେଇ ସେ ଟେନସନରେ ରହୁଥିଲେ, ତାହା ସାଙ୍ଗମାନେ ଜାଣିନାହାନ୍ତି।

ସିଦ୍ଧାନ୍ତଙ୍କ ସହିତ ସିରିଅଲ ‘ଜିଦି ଦିଲ୍‌ ମାନେ ନା’ରେ କାମ କରୁଥିବା ତାଙ୍କ ସହଯୋଗୀ କୋଭରୀ ପ୍ରିୟମ କହିଛନ୍ତି, ଶୁକ୍ରବାର ଦିନ ସିଦ୍ଧାନ୍ତଙ୍କ ସହିତ କଥା ହୋଇଥିଲେ। ଦୁହେଁ ମେସେଜରେ କଥାବାର୍ତ୍ତା ହୋଇଥିଲେ। କଥାବାର୍ତ୍ତା ବେଳେ ସିଦ୍ଧାନ୍ତ ବିଲକୁଲ ଠିକ୍‌ ରହିଥିଲେ। ବନ୍ଧୁ କେମିତି ଅଛନ୍ତି ବୋଲି ପଚାରିଥିଲେ ସିଦ୍ଧାନ୍ତ । ଆଉ ଇନଷ୍ଟା ଷ୍ଟୋରୀ ଦେଖି ଜବାବ ଦେବାକୁ ମଧ୍ୟ କହିଥିଲେ। ଦିନ ୨ଟାର ମେସେଜ ଦେଖିବା ପରେ ଜବାବ ଦେଇଥିଲେ ଆଉ ବାହାରେ ଦେଖା ଦେବା ପାଇଁ କହିଥିଲେ। କିନ୍ତୁ ସେତେବେଳକୁ ସିଦ୍ଧାନ୍ତଙ୍କ ଜୀବନ ଚାଲିଯାଇଥିଲା। ତେବେ କେମିତି ହଠାତ୍‌ ତାଙ୍କର ମୃତ୍ୟୁ ହୋଇଥିଲା। ଏଯାଏ ମଧ୍ୟ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି କୋଭରୀ ।

ଅଭିନୟ ଏବଂ ଫିଟନେସ ପ୍ରତି ରୁଚି ରଖୁଥିବା ସିଦ୍ଧାନ୍ତ କିଭଳି ଏମିତି ହାର୍ଟଆଟାକରେ ଚାଲିଗଲେ, ତାହା ଏଯାଏଁ କେହି ବିଶ୍ୱାସ କରୁନାହାନ୍ତି । ସିଦ୍ଧାନ୍ତ ଟିଭି ସିରିଏଲ୍‌ ‘କୁସୁମ୍‌’, ‘ବାରିସ୍‌’, ‘ସୂର୍ଯ୍ୟପୁତ୍ର କରଣ’ ପାଇଁ ବେଶ୍‌ ଲୋକପ୍ରିୟ ଥିଲେ। ସିଦ୍ଧାର୍ଥ ଶୁକ୍ଲା, ରାଜୁ ଶ୍ରୀବାସ୍ତବ ଓ ଦୀପେଶ ଭାନଙ୍କ ପରେ ଏହା ତୃତୀୟ ଘଟଣା, ଯେଉଁଠି ଜିମ୍‌ରେ ଓ୍ଵାର୍କଆଉଟ ବେଳେ କୌଣସି ଅଭିନେତାଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.