ପରକୀୟା ପ୍ରେମ କରି ଖୁଣ୍ଟରେ ବନ୍ଧା ହେଲେ ଯୁବକ, ପୋଲିସ୍ ପହଁଚି ବୁଝିବା ବେଳକୁ ଜାଣିବାକୁ ପାଇଲା ଆଉ ଏକ କଥା

ନୟାଗଡ(କେନ୍ୟୁଜ୍): ପରକୀୟା ପ୍ରେମ କରି ଶେଷରେ ଖୁଣ୍ଟରେ ବନ୍ଧା ହେଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ବହାଡାଝୋଲା ଫାଣ୍ଡି ଗୁମୀ ଅଞ୍ଚଳରେ । ଗୁମୀ ଗ୍ରାମର ଗୋଲେଖ ନାୟକ ବାହାରେ ରହି କାମ କରୁଥିବା ବେଳେ, ତାଙ୍କ ସ୍ତ୍ରୀଙ୍କ ସହ ଭୁବନେଶ୍ଵରର ଏକ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଗୁମୀ ଗାଁକୁ ଆସି ଗୋଲେଖଙ୍କ ଘରେ ପଶିଥିଲେ।

ଠିକ୍ ସେହି ସମୟରେ ଗାଁଲୋକ ଯୁବକକୁ କାବୁ କରି ନେଇ ଖୁଣ୍ଟରେ ବାନ୍ଧି ପାକାଇଥିଲେ । ଖବର ପାଇ ଓଡଗାଁ ପୋଲିସ୍ ଆସି ଯୁବକକୁ ଅଟକ ରଖି ପଚରାଉଚରା କରି ସବୁ ଖବର ବୁଝିଥିଲା । ତେବେ କିଛି ଦିନ ତଳେ ଉକ୍ତ ଯୁବକ ବହାଡାଝୋଲା ଫାଣ୍ଡି ଅଧିକାରୀଙ୍କୁ ଇଡି ଅଫିସରୁ ଫୋନ୍ କରି ଧମକ ଦେଇଥିବା, ତା ମୋବାଇଲ ନମ୍ବରରୁ ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.