ସାଉଥ ଫିଲ୍ମ ‘ଥଡମ’ ରିମେକରେ ନଜର ଆସିବେ ବଲିଉଡର ଏହି ଅଭିନେତା, ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ସୁଟିଂ

ଫିଲ୍ମ ‘ମରଜାଓ୍ଵାଁ’ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ବେଶ୍‌ ସଫଳତା ଦେଇଛି। ଏହି ଫିଲ୍ମର ସଫଳତା ପରେ ସିଦ୍ଧାର୍ଥ ଏବେ ତାମିଲ ଫିଲ୍ମର ରିମେକ୍‌ରେ ନଜର ଆସିବେ। ଫିଲ୍ମର ସୁଟିଂ ଦିଲ୍ଲୀରେ ହେବ ବୋଲି ପ୍ରସ୍ତୁତି ଚାଲିଛି। ଏହି ଫିଲ୍ମ ଆକ୍ସନରେ ଭରପୂର ହେବ। ଏହି ଫିଲ୍ମରେ ସିଦ୍ଧାର୍ଥ ପ୍ରଥମ ଥର ପାଇଁ ଡବଲ ରୋଲରେ ନଜର ଆସିବେ। ଜଣେ ଗୁଣ୍ଡା ଏବଂ ବ୍ୟବସାୟୀ ଭୂମିକାରେ ନଜର ଆସିବେ ସିଦ୍ଧାର୍ଥ। କିନ୍ତୁ ସିଦ୍ଧାର୍ଥଙ୍କ ସହିତ କେଉଁ ଅଭିନେତ୍ରୀ ନଜର ଆସିବେ, ତାହା ସ୍ପଷ୍ଟ ହୋଇନାହିଁ।

sid

ସୁପରହିଟ୍‌ ଫିଲ୍ମ ‘ଥଡମ’ର ରିମେକ ହେବ ଏହି ଫିଲ୍ମ। ଏପ୍ରିଲରେ ସିଦ୍ଧାର୍ଥଙ୍କ ଲୁକ୍‌ ଟେଷ୍ଟ ଏବଂ ଓ୍ଵାର୍କସପ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ଗଳିରେ ଏହାର ସୁଟିଂ ହେବ। ଫିଲ୍ମ ‘ଥଡମ’ର ନିର୍ଦ୍ଦେଶନା ମାଜିଗ ଥେିରୁମେନୀ କରିଥିଲେ। ଯେଉଁଥିରେ ଅରୁଣ ବିଜୟ ମୁଖ୍ୟ ଭୂମିକାରେ ରହିଥିଲେ।

ସୂଚନାଯୋଗ୍ୟ, ଫିଲ୍ମ ମରଜାଓ୍ଵାଁ ପରେ ସିଦ୍ଧାର୍ଥଙ୍କ ଅପକମିଙ୍ଗ ଫିଲ୍ମ ବିକ୍ରମ ବ୍ରତାଙ୍କ ‘ଶେରଶାହ’ ରହିଛି। ଫିଲ୍ମର ସୁଟିଂ ଶେଷ ହୋଇଯାଇଛି। ଏହାର ନିର୍ମାଣ ଓ ନିର୍ଦ୍ଦେଶନା ଇନ୍ଦ୍ର କୁମାର ଦେଉଛନ୍ତି।

Leave A Reply

Your email address will not be published.