ଆଜି ଟ୍ରମ୍ପଙ୍କୁ ପରଷାଯିବ ରାଷ୍ଟ୍ରପତି ଭବନ ସ୍ପେଶାଲ ଡାଲ ରାଇସୀନା, ଆପଣ ବି ଶିଖନ୍ତୁ କିପରି କରିବେ ପ୍ରସ୍ତୁତ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଆଜି ତାଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରାଯିବ। ରାତ୍ରି ଭୋଜନ ପାଇଁ ଆଜି ତାଙ୍କୁ ଭାରତୀୟ ଖାଦ୍ୟ ପରଷା ଯିବ। କିନ୍ତୁ ଏହି ଖାଦ୍ୟକୁ ବନାଇବା ପାଇଁ ଆମେରିକା ମସଲାର ବ୍ୟବହାର କରାଯିବ। ଏହି ଭୋଜନରେ ପ୍ରସ୍ତୁତ ମେନୁରେ ଡାଲ ରାଇସୀନା ରାନ ଆଲିସାନ, ଦମ୍‌ ଗୁଚ୍ଚି ମଟର, ଦମ ଗୋସ୍ତ ବିରୟାନୀ, ଦେକ୍କୀ ବିରୟାନୀ, ମିଣ୍ଟ ରାଇତା, ଅମୁଜ ବୁସେ ଏବଂ ଫିସ ଟିକ୍କା ସାମିଲ ରହିଛି। ରାୟସୀନା ଡାଲ ରାଷ୍ଟ୍ରପତି ଭବନର ସ୍ପେଶାଲ ଡାଲ ଅଟେ। ତେବେ ଆସନ୍ତୁ ଜାଣିବା ଏହି ଡଲେ ରାୟସୀନା ବନାଇବାର ପ୍ରସ୍ତୁତି ବିଷୟରେ।

ଡାଲ ରାଇସୀନା ପାଇଁ ଆବଶ୍ୟକ ସାମଗ୍ରୀ

ମୁଗ ଡାଲି – ୧/୨ କପ୍‌

ଜୀରା – ୧/୨ ଛୋଟ ଚାମଚ

ପିଆଜ – ୧ ଛୋଟ କଟା ହୋଇଥିବା

ଅଦା – ୧ ବଡ ଚାମଚ (କୋରା ହୋଇଥିବା)

ରସୁଣ – ୧ ବଡ ଚାମଚ କଦ୍ଦୁକସ୍‌ ହୋଇଥିବା

କଞ୍ଚା ଲଙ୍କା -୨ ରୁ ୩

ଟମାଟୋ – ୧ ବଡ

ଜୀରା ପାଉଡର – ଏକ ଛୋଟ ଚାମଚ

ଟମାଟୋ ପ୍ୟୁରୀ – ୧ ଛୋଟ ପାତ୍ର

ଧନିଆ ପାଉଡର – ୧ ଛୋଟ ଚାମଚ

ଗରମ ମସଲା – ୧ ଛୋଟ ଚାମଚ

ହଳଦି – ୧ ଛୋଟ ଚାମଚ

କସ୍ତୁରୀ ମେଥି – ଏକ ଛୋଟ ଚାମଚ

ଫ୍ରେସ କ୍ରୀମ – ୧ ବଡ ଚାମଚ

ଧନିଆ ପତ୍ର – ୧ ବଡ ଚାମଚ

ଲହୁଣୀ – ୧ ବଡ ଚାମଚ

ଲୁଣ – ସ୍ୱାଦାନୁସାରେ

ପାଣି – ଆବଶ୍ୟକ ଅନୁଯାୟୀ

dal raisinaରାଇସୀନା ଡାଲ ବନାଇବାର ପ୍ରସ୍ତୁତି ପ୍ରଣାଳୀ

-ରାଇସୀନା ଡାଲ ବନାଇବା ପାଇଁ ମୁଗ ଡାଲିକୁ ଧୋଇ ରାତି ସାରା ପାଣିରେ ଭିଜାଇ ରଖନ୍ତୁ।

-ସକାଳୁ ଏଥିରୁ ପାଣି ବାହାର କରି ଏଥିରେ ତେଜପତ୍ର, ସାମାନ୍ୟ ଲୁଣ ଏବଂ ପାଣି ମିଶାଇ କୁକରର ଢ଼ାଙ୍କଣା ବନ୍ଦ କରିଦିଅନ୍ତୁ। ଏହାକୁ ହାଲୁକା ଆଞ୍ଚରେ ରାନ୍ଧନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ରାନ୍ଧନ୍ତୁ ଯେତେ ପର୍ଯ୍ୟନ୍ତ ଡାଲି ଭଲଭାବେ ନ ଖୋଲିଛି। ଅତି କମରେ ୪ ଟା ସିଟି ଲଗାନ୍ତୁ।

-ଡାଲ ରାଇସୀନାରେ ତଡକା ଦେବା ପାଇଁ ଏକ ପ୍ୟାନରେ ଘିଅ ଏବଂ ବଟର ଗରମ କରନ୍ତୁ। ଯେତେବେଳେ ଏହା ଗରମ ହୋଇଯିବ ତେବେ ସେଥିରେ ଜୀରା ପକାନ୍ତୁ ଏବଂ ରସୁଣ, ପିଆଜ ଓ ଅଦା ପକାଇ ଭଲଭାବେ ଭାଜନ୍ତୁ। ଏହାପରେ ପ୍ୟାନରେ କଟା ଟମାଟୋ ଏବଂ ଅଳ୍ପ ଲୁଣ ପକାଇ ଚଲାନ୍ତୁ। ଏହାପରେ ଏଥିରେ ଟମାଟୋ ପ୍ୟୁରୀ, ହଳଦି ପାଉଡର, ଜୀରା ପାଉଡରଳ ଗରମ ମସଲା ଏବଂ କଞ୍ଚା ଲଙ୍କା ପକାଇ ଚଲାନ୍ତୁ।

-ଏବେ କୁକରରେ ଥିବା ଡାଲିକୁ ଚାମଚରେ ଦେଖନ୍ତୁ ମସଲା ଭଲଭାବେ ମିଶିଛି ନା ନାହିଁ। ଯଦି ଡାଲି ଗାଢ଼ା ହୋଇଥିବ ତେବେ ସେଥିରେ ଆଉ ସାମାନ୍ୟ ପାଣି ମିଶାଇ ୧୦ ମିନିଟ୍‌ ଫୁଟାନ୍ତୁ।

-ଏହାପରେ କସ୍ତୁରୀ ମେଥି, କଟା ଅଦା ମିକ୍ସ କରନ୍ତୁ ଏବଂ ଏହାଉପରେ ଫ୍ରେସ କ୍ରୀମ ଏବଂ ଧନିଆ ପତ୍ର ପକାଇ ଗାର୍ନିସ କରନ୍ତୁ।

-ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ରାଷ୍ଟ୍ରପତି ଭବନ ସ୍ପେଶାଲ ଡାଲ ରାୟସୀନା।

Leave A Reply

Your email address will not be published.