Below header

କନିକାଙ୍କ ପରେ ସ୍ୱିଜରଲ୍ୟାଣ୍ଡରେ କ୍ଵାରେଣ୍ଟାଇନରେ ଅଛନ୍ତି ଗାୟିକା ମୋନାଲି ଠାକୁର, ଭିଡିଓ ସେୟାର କରି କହିଲେ ଏଭଳି କଥା

ସାରା ଦୁନିଆରେ ଏବେ କାରଣ ଭାଇରସକୁ ନେଇ ଆତଙ୍କ ଦେଖାଦେଇଛି । ତେବେ ଏହି ଭାଇରସ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ କବଳରେ ନେଇସାରିଛି । ଯେଉଁ କାରଣରୁ ସାରା ବିଶ୍ଵରେ ଏବେ ସଙ୍କଟ ଦେଖାଦେଇଛି । ଭାରତରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଅନେକ ଭାରତୀୟ ବିଦେଶରେ ଫସି ରହିଛନ୍ତି ଏବଂ ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନେ ନିଜକୁ କ୍ଵାରେଣ୍ଟାଇନ କରି ରଖିଛନ୍ତି । ତେବେ ଏହା ମଧ୍ୟରେ ଲୋକପ୍ରିୟ ଗାୟିକା ମୋନାଲି ଠାକୁରଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେ ସ୍ୱିଜରଲ୍ୟାଣ୍ଡରେ ଫସି ଯାଇଥିବା କଥା କହିଛନ୍ତି ।


ଗୋଟିଏ ପଟେ ଗାୟିକା କନିକା କପୁର ଏହି ଭାଇରସକୁ ନେଇ ଗମ୍ଭୀରତା ଦେଖାଇନଥିଲେ କିନ୍ତୁ ମୋନାଲି ଏହାକୁ ନେଇ ଲୋକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ୧୫ ମିନିଟର ଏହି ଭିଡିଓରେ ସେ ସ୍ୱିଜରଲ୍ୟାଣ୍ଡରେ ରହିଥିବା କଥା କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ ସେ ବର୍ତ୍ତମାନ ଭାରତ ଆସିପାରିବେ ନାହିଁ କାରଣ ଭାରତ ସରକାର ବିଦେଶୀ ବିମାନ ଗୁଡିକୁ ବନ୍ଦ କରିଦେଇଛନ୍ତି । ଏହାସହିତ ସେ ନିଜକୁ ଘରେ କ୍ଵାରେଣ୍ଟାଇନ କରି ରଖିଛନ୍ତି ଏବଂ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ମୋନାଲି ତାରିଫ ମଧ୍ୟ କରିଛନ୍ତି ।

Image result for monali

ମୋନାଲି ଏହି ଭିଡିଓରେ କରୋନା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି ଏବଂ ଏଥିରୁ ବଞ୍ଚିବାର ଉପାୟ ମଧ୍ୟ ବତାଇଛନ୍ତି । ସେ କହିଛନ୍ତି ଯେ ଏହି ଭାଇରସକୁ ଆପଣ ଯେତିକି ସରଳ ଭାବୁଛନ୍ତି ତାହା ସେତେ ସରଳ ନୁହେଁ । ତେବେ ମୋନାଲିଙ୍କ ଭଳି ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଏହି ଭାଇରସକୁ ନେଇ ସଚେତନତା ଦେଖାଇଛନ୍ତି । ନିକଟରେ ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟାନ ମଧ୍ୟ ନିଜର ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.