Below header

ବାପା-ମା’ଙ୍କ ବିବାହ ପୂର୍ବରୁ ଜନ୍ମ ହୋଇଥିଲେ ଏହି ସଫଳ ବଲିଉଡ୍ ଅଭିନେତ୍ରୀ, କ୍ରିକେଟରଙ୍କ ସହିତ ଥିଲା ଆଫେୟାର

ସାଉଥର ସୁପରଷ୍ଟାର କମଏ ହାସନ ଏବଂ ଅଭିନେତ୍ରୀ ସାରିକାଙ୍କ ଝିଅ ଶୃତି ହାସନ ହିନ୍ଦି ବ୍ୟତୀତ ତାମିଲ ଏବଂ ତେଲୁଗୁ ଫିଲ୍ମରେ ନିଜ ସ୍ଥାନ ସକ୍ରିୟ କରି ରଖିଛନ୍ତି। ବହୁତ କମ୍ ଲୋକଙ୍କୁ ଜଣା ଅଛି ଯେ ଶୃତି ଜଣେ ବହୁତ ଭଲ ସିଙ୍ଗର ମଧ୍ୟ ଅଟନ୍ତି। ସେ ୨୦୦୯ରେ ବଲିଉଡ ଫିଲ୍ମ ଲକରେ ଡେବ୍ୟୁ କରିଥିଲେ, ଅବଶ୍ୟ ଏହି ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇନଥିଲା। ୨୮ ଜାନୁୟାରୀ ୧୯୮୬ରେ ଜନ୍ମ ହୋଇଥିବା ଶୃତିଙ୍କ ବିଷୟରେ ଜାଣିବା କିଛି ଖାସ କଥା।

ଶୃତି ତାଙ୍କର ସ୍କୁଲିଂ ଚେନ୍ନାଇରେ କରିଛନ୍ତି। ମୁମ୍ବାଇରେ ସାଇକୋଲୋଜିରେ ସେ ସ୍ନାତକ କରିଛନ୍ତି। ମ୍ୟୁଜିକ ଶିଖିବା ପାଇଁ ସେ କାଲିଫର୍ଣ୍ଣିଆ ଯାଇଥିଲେ। ସେ ତାଙ୍କ ବାପାଙ୍କ ଫିଲ୍ମ ଚାଚି ୪୨୦ରେ ଗୋଟେ ଗୀତ ମଧ୍ୟ ଗାଇଛନ୍ତି। ବଲିଉଡ୍ ଫିଲ୍ମ ଦିଲ୍ ତୋ ବଚ୍ଚା ହେ ଜି, ରମେୟା ବସ୍ତାବେୟା,ୱେଲକମ ବ୍ୟାକ୍ ଏବଂ ଗବ୍ବର ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି।

hasanଶୃତି ହାସନଙ୍କ ପେରେଣ୍ଟସ ଫିଲ୍ମରେ ବହୁତ ହିଟ ରହିଛନ୍ତି, କିନ୍ତୁ ସେ କିଛି ଖାସ କମାଲ କରିପାରି ନାହାନ୍ତି। ଶୃତି ହାସନଙ୍କ ବାପା କମଲ ହାସନଙ୍କ ଆଫେୟାର ବହୁତ ଚର୍ଚ୍ଚାରେ ରହିଆସିଥିଲା। କମଲ ହାସନ ଏବଂ ସାରିକା ଦୁହେଁ ଲିଭ ଇନ୍ ରିଲେସନଶିପରେ ରହିଥିଲେ। ଏହି ସମୟରେ ସାରିକା ଗର୍ଭବତୀ ହୋଇଯାଇଥିଲେ, ସେ ଝିଅ ଶୃତି ହାସନଙ୍କୁ ଜନ୍ମ ଦେଇଥିଲେ। ଝିଅର ଜନ୍ମ ହେବାର ଦୁଇ ବର୍ଷ ପରେ ସାରିକା ୧୯୮୮ରେ କମଲ ହାସନଙ୍କୁ ବିବାହ କରିଥିଲେ। ବିବାହ ପରେ ସାରିକା ଫିଲ୍ମରୁ ଦୂରେଇ ଗଲେ। ୧୯୯୧ରେ ସେ ଅନ୍ୟ ଏକ ଝିଅକୁ ଜନ୍ମ ଦେଇଥିଲେ। ଯାହାଙ୍କର ନାମ ଅକ୍ସରା।

shrutiଏବେ ଜାଣିବା ଶୃତିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ, ସେ ଇଟାଲିୟାନ ଆକ୍ଟର ମାଇକେଲ କୋର୍ସେଲଙ୍କୁ ଡେଟ୍ କରୁଛନ୍ତି। ମାଇକେଲ ଲଣ୍ଡନରେ ରହୁଛନ୍ତି। ଶୃତି ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ଗତ କିଛି ଦିନ ପୂର୍ବରୁ ମାଇକେଲଙ୍କ ସାକ୍ଷାତ୍ ମା’ ସାରିକାଙ୍କୁ କରାଇଥିଲେ। ସେହିଭଳି ମାଇକେଲ ଯେତେବେଳେ ଭାରତ ଆସିଲେ ତେବେ ଶୃତିଙ୍କ ସହିତ ଏକ ବିବାହରେ ଯୋଗ ଦେଇଥିଲେ। ଏହି ସମୟରେ ସେ କମଲ ହାସନଙ୍କୁ ମଧ୍ୟ ଭେଟିଥିଲେ। ଶୃତି ସବୁବେଳେ ମାଇକେଲଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି।

shruti hasanଶୃତି ହାସନଙ୍କ ନାମ କ୍ରିକେଟର ସୁରେଶ ରାଇନାଙ୍କ ସହିତ ମଧ୍ୟ ଯୋଡା ଯାଇଥିଲା। ଏହା ସେତେବେଳ ପ୍ରଚାର ହେବାକୁ ଲାଗିଲା ଯେତେବେଳେ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଏକ ମ୍ୟାଚରେ ଷ୍ଟାଡିୟମରେ ଚିୟର କରୁଥିବାର ଦେଖିବାକୁ ମିଳିଥିଲା। ପରେ ସୁରେଶ ରାଇନା ଏମିତି ପ୍ରଚାରକୁ ଖଣ୍ଡନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.