ସନି ଲିଓନିଙ୍କ ୱେବ୍‌ ସିରିଜ ସେଟ୍‌ ଉପରେ ପହଞ୍ଚିଲେ ଗୁଣ୍ଡା, କଲେ ହଙ୍ଗାମା, ଜାଣନ୍ତୁ କ’ଣ ରହିଛି ପୂରା ମାମଲା

ଅଭିନେତ୍ରୀ ସନି ଲିଓନି ବର୍ତ୍ତମାନ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ୱେବ୍‌‌ ସିରିଜ୍‌ ‘ଅନାମିକା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସିରିଜ୍‌କୁ ନେଇ ଏବେଠୁ ବିବାଦ ଆରମ୍ଭ ହୋଇଯାଇଛି। ଖବର ରହିଛି କି, ସେଟ୍‌କୁ କିଛି ଗୁଣ୍ଡା ଆସି ହଙ୍ଗାମା କରିଛନ୍ତି। ସେମାନେ ବିକ୍ରମ ଭଟ୍ଟଙ୍କୁ ୩୮ ଲକ୍ଷ ଟଙ୍କା ମାଗିଛନ୍ତି। ରିପୋର୍ଟ ମୁତାବକ, ବିକ୍ରମ ଭଟ୍ଟ ଏହା ପୂର୍ବରୁ ଆକ୍ସନ ଡାଇରେକ୍ଟର ଅବ୍ଦାସ ଅଲ୍ଲୀ ମୋଘଲଙ୍କ ସହିତ କାମ କରିଥିଲେ। କିନ୍ତୁ ତାଙ୍କୁ ତାଙ୍କ ଫିସ୍‌ ଦେଇ ନ ଥିଲେ। ଏହାପରେ ଏହି ମାମଲା ବହୁତ ବଢ଼ିଯାଇଥିଲା।

ଏକ ମିଡିଆକୁ ବୟାନ ଦେବାକୁ ଯାଇ ବିକ୍ରମ କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୋତେ ବୁଝାପଡ଼ୁ ନ ଥିଲା କି, ମୁଁ କ’ଣ କରିବି। ସେହି ସମୟରେ ମୋର ପ୍ରଥମ ପ୍ରାଥମିକତା ଥିଲେ ସନି ଲିଓନି, ସେ ଯେପରି ସୁରକ୍ଷିତ ରୁହନ୍ତୁ। ସେଟ୍‌କୁ ଆସିଥିବା ଲୋକେ ମୋତେ ସେହି ଚେକ୍‌ର ସ୍ନାପ୍‌ଶଟ ଅବ୍ଦାସଙ୍କୁ ପଠାଇବାକୁ କହିଥିଲେ, ଯାହାକୁ ମୁଁ ତାଙ୍କୁ ଦେବାର ଥିଲା। କିଛି ସମୟ ପରେ ମୁରତଜା ନାମକ ବ୍ୟକ୍ତି ମୋ ପାଖକୁ ଆସି ମୋତେ ଚେକ୍‌ ମାଗିବାକୁ ଲାଗିଲେ।’

ଏହି ବିବାଦ ପରେ ୱେବ୍‌ ସିରିଜର ପୂରା ଦିନର ଶୁଟିଂ ହୋଇପାରି ନାହିଁ। ଏହାକୁ ନେଇ ବିକ୍ରମ ରାଗିଯାଇ ଆକ୍ସନ ଡାଇରେକ୍ଟର ଅବ୍ଦାସ ଅଲ୍ଲୀ ମୋଘଲଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ଅବ୍ଦାସ୍‌ ଅଲ୍ଲୀ କହିଛନ୍ତି, ‘ମୁଁ ଏବେ କ’ଣ କହିବି ଏହା ଉପରେ। ଫାଇଟର ଆସୋସିଏଶନ ଏହି ବିବାଦକୁ ଦେଖୁଛି। ସେ ଏହାକୁ ସମାଧାନ କରିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.