୯ ଦିନରେ ପଇସା ଡବଲ୍‌, ଏବେ ଏହି କମ୍ପାନୀକୁ କିଣିବାକୁ ଘୋଷଣା କରିଛନ୍ତି ଅଦାର ପୁନାଓ୍ଵାଲା

ନୂଆଦିଲ୍ଲୀ : ଅଦାର ପୁନାଓ୍ଵାଲା ଙ୍କ କମ୍ପାନୀ ରାଇଜିଂ ସନ୍‌ ହୋଲ୍ଡିଂ ଏବେ ମାଗ୍‌ମା ଫିନ୍‌କର୍ପ କମ୍ପାନୀକୁ କିଣିବାକୁ ଯାଉଛନ୍ତି । ଏଥିରେ ରାଇଜିଂ ଷ୍ଟାରର ୬୦ ପ୍ରତିଶତ ଅଂଶଧନ ରହିବ । ଏହି ଖବର ମିଳୁ ମିଳୁ କମ୍ପାନୀର ସେୟାର ୯ ଦିନରେ ଡବଲ ହୋଇଗଲାଣି । ମାଗ୍‌ମା ଫିନ୍‌କର୍ପ ସେୟାର ୫୫ ଟଙ୍କାରୁ ବଢ଼ି କରି ୯୩ ଟଙ୍କା ଓ ଗୋଟିଏ ମାସରେ ୪୧ ଟଙ୍କାରୁ ବଢ଼ି କରି ୯୩ ଟଙ୍କାରେ ପହଞ୍ଚିଛି । ଏହି ଶେୟାର କେବଳ ୯ ଦିନରେ ୧୦୦ ପ୍ରତିଶତ ବଢ଼ିଯାଇଥିବା ଜଣାଯାଇଛି ।

ଏକ ପରିସଂଖ୍ୟାନ ଅନୁଯାୟୀ ୨୫ ଜାନୁଆରୀରେ ବିଏସ୍‌ଇ ଚାର୍ଟରେ ମାଗ୍‌ମା ଫିନ୍‌କର୍ପ ର ସେୟାର ୪୫.୧୦ ଟଙ୍କା ଥିଲାବେଳେ ୧୧ ଫେବ୍ରୁଆରୀରେ ଶେୟାର ବଢ଼ିକରି ୯୩.୪୦ ଟଙ୍କାରେ ପହଞ୍ଚିଛି । ଗୁରୁବାର ମଧ୍ୟ କମ୍ପାନୀର ସେୟାର୍‌ରେ ୧୦ ପ୍ରତିଶତ ଉପରେ ପହଞ୍ଚିଯାଇଛି । ଏଥିରେ ଶେୟାର କିଣିଥିବା ନିବେଶକଙ୍କୁ ୬ରୁ ୮ ମାସ ମଧ୍ୟରେ ବମ୍ପର ରିଟର୍ଣ୍ଣ ମିଳିଛି । ୨୮ ମଇ ୨୦୨୦ରେ ଶେୟାର ଦାମ୍‌ ୧୩.୧୫ ଟଙ୍କା ଥିଲା । ମାତ୍ରା ୮ ମାସ ମଧ୍ୟରେ ୧୧ ଫେବ୍ରୁଆରୀରେ ସେୟାର ୫୬.୧୫ ଟଙ୍କାରେ ପହଞ୍ଚିଛି ।

share

ଅଦାର ପୁନାଓ୍ଵାଲା କମ୍ପାନୀ ମାଗ୍‌ମା ଫିନ୍‌କର୍ପ ପ୍ରତି ସେୟାର ୭୦ ଟଙ୍କା ମୂଲ୍ୟ ଉପରେ ୪୫.୮୦ କରୋଡ ସେୟାର ପାଇଁ ୩,୪୫୬ କରୋଡ ଟଙ୍କା ନିବେଶ କରିବ । ଏହି ଡିଲ୍‌ ପାସ୍‌ ହେବା ପରେ କମ୍ପାନୀର ନାମ ବଦଳି ପୁନାବାଲା ଫାଇନାନ୍ସ କରାଯିବ । ଅଦାର ପୁନଓ୍ଵାଲା ବୋର୍ଡ ଅଫ୍‌ ଡାଇରେକ୍ଟରରେ ଚେୟାମ୍ୟାନ୍‌ ହେବେ ।

କମ୍ପାନୀର କାରବାର ୨୧ ରାଜ୍ୟରେ ୨୯୭ ଶାଖାରେ ଚାଲୁଛି । କମ୍ପାନୀ ଏନ୍‌ବିଏଫ୍‌ସି କମର୍ସିଆଲ୍‌ ଫାଇନାନ୍ସ, ଏଗ୍ରୀ ଫାଇନାନ୍ସ, ଏସ୍‌ଏମ୍‌ଇ ଫାଇନାନ୍ସ ସହିତ ଜେନେରାଲ ଇନ୍ସୁରାନ୍ସ ସେବା ମଧ୍ୟ ଦେଉଛି । କମ୍ପାନୀ ଫୋକସ ଏବେ ଗ୍ରାମୀଣ ଓ ଛୋଟ ସହର ଉପରେ ରହିଛି । କମ୍ପାନୀ ପାଖରେ ୫୦ ଲକ୍ଷ ଗ୍ରାହକ ଓ ୧୫ ହଜାର କୋଟିର ଲୋନ୍‌ ବୁକ୍‌ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.