Below header

କେନ୍ଦୁଝର ଜିଲ୍ଲାକୁ ପୁଣି ପଶି ଆସିଲେ ମୟୁରଭଞ୍ଜ ହାତୀ ପଲ, ଘଉଡାଇବାକୁ ନାକେଦମ ହେଲା ବନବିଭାଗ

କେନ୍ଦୁଝର(କେନ୍ୟୁଜ୍):  କେନ୍ଦୁଝର ଜିଲ୍ଲାକୁ ପୁଣି ପଶି ଆସିଛନ୍ତି ମୟୁରଭଞ୍ଜ ହାତୀ ପଲ । ଗତ ରାତିରେ ଏକ ୧୨ ଟିକିଆ ହାତୀପଲ ବୈତରଣୀ ନଦି ପାର ହୋଇ ଆସିବା ପରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି।

elephant 123

ଏମାନଙ୍କ ମଧ୍ୟରୁ ଗୋଠ ଛଡା ୨ଟି ଦନ୍ତା ହାତୀ ଚମ୍ପୁଆ ମ୍ୟୁନିସପାଲିଟି ଅଞ୍ଚଳର ରାମଲା ଗାଁରେ ପଶି ଯାଇଥିଲେ ଫଳରେ ଗାଁ ଲୋକ ମାନେ ଭୟଭୀତ ହୋଇଯାଇଥିଲେ । ଫଳରେ ଜଙ୍ଗଲ ବିଭାଗକୁ ମଧ୍ୟ ଘଉଡାଇବାକୁ  ନାକେଦମ ହୋଇ ପଡିଥିଲା।  ଏବେ ସବୁ ହାତୀ ରଜିଆ ଜଙ୍ଗଲରେ ରହିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.