Below header

ବଲିଉଡ ଷ୍ଟାର ମାନଙ୍କର ବଦ ଅଭ୍ୟାସ, କିଏ ବାରମ୍ବାର ଦାନ୍ତ ଘଷନ୍ତି ତ କିଏ ପାଦ ଧୁଅନ୍ତି…..

ବଲିଉଡ ଷ୍ଟାର ମାନେ ସୌଖିନ ଜୀବନ ଯାପନ କରିବାକୁ ଖୁବ ପସନ୍ଦ କରନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଉଡାଇବାକୁ ଟିକେ ହେଲେ ପଛଘୁଞ୍ଚା ଦିଅନ୍ତିନି ସେମାନେ । ଫ୍ୟାନ୍ସ ମାନେ ବି ସେମାନଙ୍କୁ ଏହି ଅନ୍ଦାଜରେ ହିଁ ଦେଖିବାକୁ ପସନ୍ଦ କରନ୍ତି । ହୁଏତ ଖୁବ କମ ଲୋକ ଜାଣିଥିବେ ଏହି ଷ୍ଟାର ମାନଙ୍କର ଏମିତି କିଛି ଅଭ୍ୟାସ ରହିଛି ଯାହା ଲୋକଲୋଚନକୁ ସେତେଟା ଆସେନାହିଁ । ଯିଏ ସେମାନଙ୍କୁ ଅତି ପାଖରୁ ଦେଖିଥିବେ ବା ଚିହିଁଥିବେ କେବଳ ସେମାନେ ହିଁ ଏବାବଦରେ କହିପାରିବେ । ଆସନ୍ତୁ ଆଜି ସେ ଉପରେ ଗୋଟେ ନଜର ପକେଇବା ।

କରିନା କପୁର ଖାନ:

ବଲିଉଡ ଜଗତର ବେବୋ ଭାବେ ଅଧିକ ଜଣାଶୁଣା କରିନା କପୁର ଖାନଙ୍କ ଅନ୍ଦାଜ କାହାକୁ ବା ଭଲନଲାଗେ । ତାଙ୍କର ଅନେକ ଫ୍ୟାନ୍ସ ଫଲୋଇଙ୍ଗ ବି ଅଛନ୍ତି । ଜାଣନ୍ତିକି କରିନାଙ୍କୁ ନିଜ ନଖ ଚୋବାଇବାକୁ ଖୁବ ଭଲ ଲାଗେ । ଅନେକ ଇଭେଂଟ୍ସ ମାନଙ୍କରେ ବି କରିନାଙ୍କ ଏହି ହରକତକୁ ଲକ୍ଷ କରାଯାଇଛି ।

ayushman khurana ଆୟୁଷ୍ମାନ ଖୁରାନା:

ବଲିଉଡ ଜଗତରେ ଭିକି ଡୋନର ଜରିଆରେ ଡେବ୍ୟୁ କରିଥିବା ଆୟୁସ୍ମାନ ଖୁରାନାଙ୍କ ଲୋକପ୍ରିୟତା କିଛି କମ ନାହିଁ । ଆୟୁସ୍ମାନଙ୍କୁ ନିଜ ଓରାଲ ହାଇଜେନ ମେଣ୍ଟନ କରିବା ଖୁବ ପସନ୍ଦ । ଏକ ସାକ୍ଷାତକାରରେ ସେ ନିଜେ ହିଁ ଏହାର ଖୁଲାସା କରିଥିଲେ । ଦିନକୁ ପାଖାପାଖି ୭ ରୁ ୮ ଥର ବ୍ରଶ କରନ୍ତି ।

ଅମୀର ଖାନ:

ଏହି ହରକତରେ ଆୟୁଷ୍ମାନଙ୍କ ଠିକ ଓଲଟା ହେଉଛନ୍ତି ଅମୀର । ପ୍ରତିଦିନ ଗାଧୋଇବା ତାଙ୍କର ଆଦୌ ପସନ୍ଦ ନୁହେଁ । ଏବାବଦରେ ଅମୀରଙ୍କ ପତ୍ନୀ କିରଣ ହିଁ ଏବାବଦରେ ଖୁଲାସା କରିଥିଲେ ।

amir khan

ଦୀପିକା ପାଦୁକୋନ:

ନିଜ ସୌନ୍ଦର୍ଯ୍ୟ ଓ ଅନୋଖା ଅଭିନୟ ଅନ୍ଦାଜ ପାଇଁ ଖୁବ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଦୀପିକା । ଏୟାର ପୋର୍ଟରେ ଆପେକ୍ଷା କରିଥିବା ଯାତ୍ରୀଙ୍କୁ ଅଵସର୍ଭ କରିବା ଆଉ ତାଙ୍କ ବିଷୟରେ ଗେସ କରିବା ହେଉଛି ଦୀପିକାଙ୍କ ଏକ ପ୍ରମୁଖ ସଉକ ।

sunny

ସନି ଲିଓନି:

ଜିସ୍ମ ରୁ ବଲିଉଡରେ ଡେବ୍ୟୁ କରିଥିବା ଆକ୍ଟ୍ରେସ ସନି ଲିଓନିଙ୍କ ଫ୍ୟାନ ସଂଖ୍ୟା କିଛି କମ ନୁହେଁ । ପ୍ରତିଦିନ ୧୦ ରୁ ୧୫ ମିନିଟ ଧରି ନିଜ ପାଦକୁ ଭଲ ରୂପରେ ସଫା କରନ୍ତି ସନି ।

ପ୍ରୀତି ଜିଣ୍ଟା:

୯୦ ଦଶକରେ ବଲିଉଡରେ ଏକ ପ୍ରକାର ରାଜ କରିଥିବା ପ୍ରୀତିଙ୍କୁ ନିଜ ଘର ପରିସ୍କାର ପରିଚ୍ଛନ ରଖିବାକୁ ଭଲଲାଗେ । ନିଜ ବାଥରୁମକୁ ବି ବାରମ୍ବାର ସଫା କରନ୍ତି ପ୍ରୀତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.