ଦବଙ୍ଗ-୩ରେ କଣ ରହିଛି ଲଭ୍ ଟ୍ରାଙ୍ଗେଲ ? ସୋନାକ୍ଷୀ ଉଠାଇଲେ ଫିଲ୍ମ କାହାଣୀ ଉପରୁ ପରଦା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସୁପରହିଟ ଫ୍ରାଞ୍ଚଚାଇଜ୍ ଦବଙ୍ଗର ୩ୟ ସିଜିନରେ ପୁଣିଥରେ ରଜୋ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି। କିଛି ଦିନ ହେବ ଫିଲ୍ମରେ ସୋନାକ୍ଷୀଙ୍କ ବ୍ୟତୀତ ଆଉ କେହି ଅଭିନେତ୍ରୀ ଅଛନ୍ତି ବୋଲି ଖବର ଶୁଣିବାକୁ ମିଳୁଥିଲା। ଏପରିକି ସଲମାନଙ୍କ ଅଭିନିତ ଏହି ଫିଲ୍ମ ଲଭ୍ ଟ୍ରାଙ୍ଗଲ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।କିନ୍ତୁ ଏହି ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଫିଲ୍ମର ଅଭିନେତ୍ରୀ ସୋନାକ୍ଷୀ ସିହ୍ନା।

ସୋନାକ୍ଷୀ ସିହ୍ନା ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, “ଦବଙ୍ଗ-୩ରେ କୌଣସି ଲଭ ଟ୍ରାଙ୍ଗଲ ରହିବ ନାହିଁ। ତେବେ ଫିଲ୍ମର କାହାଣୀ ଖୁବ ଭିନ୍ନ ରହିବ।ଫିଲ୍ମରେ ନୂଆ ଚରିତ୍ର ମଧ୍ୟ ନଜର ଆସିବେ କାରଣ ଆମେ ଦର୍ଶକଙ୍କୁ ସେହି ସମାନ ଜିନିଷ ବାରମ୍ବାର ଦେବାକୁ ଚାହୁଁନାହୁଁ। ମୋ ହିସାବରେ ଏହା ଖୁବ ଭଲ ଫିଲ୍ମ ବ୍ୟବସାୟ କରିବ।“

Dabangg

ତେବେ ଫିଲ୍ମରେ ରହିଥିବା ଆଇଟମ୍ ସଙ୍ଗ ବିଷୟରେ କହିବାକୁ ଯାଇ ସୋନାକ୍ଷୀ କହିଛନ୍ତି, ଫିଲ୍ମରେ ଏଥର ମୁନ୍ନୀ ନୁହଁ ମୁନ୍ନା ରହିବ। ଏଥିପାଇଁ ମଧ୍ୟ ଦର୍ଶକଙ୍କୁ ଫିଲ୍ମ ଦେଖିବାରେ ଖୁବ ମଜା ଆସିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଦବଙ୍ଗ-୩ର ନିର୍ଦ୍ଦେଶନା ଦାୟିତ୍ବରେ ପ୍ରଭୁଦେବା ରହିଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତ ଅରବାଜ ଖାନ୍। ତେବେ ଫିଲ୍ମରେ ମୁଖ୍ୟ ଚରିତ୍ରର ନଜର ଆସିବାକୁ ଥିବା ସଲମାନ ଏବଂ ସୋନାକ୍ଷୀଙ୍କ ଲୁକର ପୂର୍ବରୁ ଖୁଲାସା ହୋଇସାରିଛି। ଫିଲ୍ମଟି ୨୦୧୯ ମସିହା ଶେଷ ଆଡକୁ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.