Below header

ପତି ପତ୍ନୀ ଝଗଡ଼ା ସମାଧାନ କରିବାକୁ ଯାଇ ମାଡ଼ ଖାଇଲେ ମହିଳା ଅଧିକାରୀ

କଥାରେ ଅଛି ‘ମାନି ଜାମିନି ମଧ୍ୟସ୍ଥି, ମନା କରିଛନ୍ତି ଅଗସ୍ତି’ । ଏହାର ଅର୍ଥ ହେଉଛି କାହା ଲାଗି କୌଣସି ବିବାଦୀୟ ପରିସ୍ଥିତିରେ ଅନ୍ୟର ଦାୟିତ୍ୱ ନେଇ ମଧ୍ୟସ୍ଥି ହେବ ନାହିଁ । ନଚେତ ସମସ୍ୟାରେ ପଡ଼ିବାର ଆଶଙ୍କା ରହିଛି । ନିକଟରେ ଏଭଳି ଏକ ଘଟଣା ହିମାଚଳ ପ୍ରଦେଶର ମଣ୍ଡି ଅଞ୍ଚଳରେ ଘଟିଛି । ସବୁ ବେଳେ କଳି ଲାଗୁଥିବା ସ୍ୱାମୀ ସ୍ତ୍ରୀଙ୍କୁ କାଉନସେଲିଂ କରିବାକୁ ଯାଇ ମାଡ଼ ଖାଇଛନ୍ତି ଜଣେ ଭଦ୍ର ମହିଳା । ମଣ୍ଡି ଅନ୍ତର୍ଗତ ଭରାଡୁ ଅଞ୍ଚଳର ଯୋଗିନ୍ଦର ନଗରରେ ସରକାରୀ ମହିଳା ଅଧିକାରୀ ଜଣକ ପତି ପତ୍ନୀଙ୍କ ପରିବାରରେ ଥିବା ଗଣ୍ଡଗୋଳ ସମାଧାନ କରିବାକୁ ଯାଇଥିଲେ । ହେଲେ ସେଠି ପରିସ୍ଥିତି ଏଭଳି ହେଲା ଯେ ଉଭୟ ପକ୍ଷଙ୍କ ଭିତରେ ମାରପିଟ୍‌ ଆରମ୍ଭ ହୋଇଗଲା ଏବଂ ଏଥିରେ ମହିଳା ଅଧିକାରୀ ଜଣକ ମଧ୍ୟ ଆହତ ହେଲେ । ପରେ ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଉଭୟ ପକ୍ଷର କେତେଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.