Below header

ଆପ୍ ବିଧାୟକ ମନୋଜ୍ କୁମାରଙ୍କୁ ତିନି ମାସର ଜେଲ ଦଣ୍ଡାଦେଶ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ : ଜେଲ୍ ଯିବେ କି ଆପ୍ ବିଧାୟକ ମନୋଜ୍ କୁମାର । ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ମନୋଜଙ୍କୁ ତିନି ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ଏକ କୋର୍ଟ । ଏହା ସହ ୧୦ ହଜାର ଟଙ୍କାର ଜରିମାନା ମଧ୍ୟ କରିଛନ୍ତି । ତେବେ ମନୋଜଙ୍କୁ ସଙ୍ଗେ ସଙ୍ଗେ ବେଲ୍ ମିଳିଯାଇଛି ।

୨୦୧୩ ନିର୍ବାଚନ ସମୟରେ ପୂର୍ବ ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ୫୦ ରୁ ଅଧିକ କର୍ମକର୍ତ୍ତାଙ୍କ ସହ ପ୍ରଦର୍ଶନ କରିଥିଲେ । ଏନେଇ ମନୋଜଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏବେ ମନୋଜଙ୍କୁ ଏହି ମାମଲା ଦୋଷୀ ସାବ୍ୟସ୍ତ କରି ୪ ଜୁନରେ ୩ ମାସର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ଅଦାଲତ କହିଛନ୍ତି ମନୋଜଙ୍କ ଏପରି କାର୍ଯ୍ୟକଳାପରେ ସାଧାରଣ ଭୋଟରଙ୍କୁ ଅନେକ ସମସ୍ୟା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.