ପୋଲିସ୍ ହାଜତରେ ନକଲି ଡାକ୍ତର, ମିଛ କହି କରୁଥିଲେ ମହିଳାଙ୍କ ଚିକିତ୍ସା

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ବଡଚଣା ପୋଲିସ ଦ୍ବାରା ନକଲି ଡାକ୍ତର ଗିରଫ ହୋଇଛନ୍ତି । ନକଲି ଡାକ୍ତର ଜଣଙ୍କ କଡେଇ ଗ୍ରାମର ନିହାର ରଞ୍ଜନ ସାମଲ ବୋଲି ଜଣାପଡିଛି। ସେ ବଡଚଣା ଡାକ୍ତରଖାନାର ପ୍ରସୂତି ବିଭାଗରେ ପଶି ନିଜକୁ ଡାକ୍ତର ବୋଲି ପରିଚୟ ଦେବା ସହ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ଖଇରା ଗ୍ରାମର କିଶୋର ବାରିକ ଡାକ୍ତରଖାନା ଯାଇଥିଲେ। ଡାକ୍ତର ନଥିବାରୁ ସେ ପ୍ରସୂତି ବିଭାଗରେ ଯାଇ ଡାକ୍ତରଙ୍କର ଖୋଜ କରିଥିଲେ। ସେଠାରେ ନିହାରଙ୍କୁ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଦେଖି ତୁରନ୍ତ ସ୍ଥାନୀୟ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ବଡଚଣା ପୋଲିସ ଘଟଣାର ତଦନ୍ତ କରିବାକୁ ଯାଇ ନିହାରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.