Below header

ଦୂତି ଚାନ୍ଦ କହିଲେ, ମୋ ବାୟୋପିକ୍‌ ପାଇଁ କଙ୍ଗନା ରାଣାଓ୍ଵତ୍‌ ପୂରା ପରଫେକ୍ଟ

ଦୌଡରାଣୀ ଦୂତିଚାନ୍ଦଙ୍କ ବାୟୋପିକ୍। ଦେଶର ପ୍ରଥମ ଏଲିଜିବିଟୀ ଆଥଲେଟ୍ ଦୂତିଚାନ୍ଦ କହିଛନ୍ତି କଙ୍ଗନା ରାଣାଓତ୍ ତାଙ୍କର ବାୟୋପିକ ପାଇଁ ପରଫେକ୍ଟ ଅଟନ୍ତି। ଦୂତିଚାନ୍ଦ ପ୍ରଥମ ଆଥଲେଟ୍, ଯିଏ କି ସ୍ୱୀକାର କରିଛନ୍ତି ଯେ ସେ ଜଣେ ଝିଅ ସହିତ ରିଲେସନସିପରେ ଅଛନ୍ତି। ଏବେ ସେ ଚାହୁଁଛନ୍ତି ଯେ ବାୟୋପିକରେ ତାଙ୍କ ଚରିତ୍ରରେ ଯିଏ ଅଭିନୟ କରିବେ ସେ ତାଙ୍କ ଭଳି ସାହସୀ ହୋଇଥାନ୍ତୁ।
ଏକ ସାକ୍ଷାତକାରରେ ଦୂତିଚାନ୍ଦ କହିଛନ୍ତି ଯେ ତାଙ୍କ ପାଖକୁ ପ୍ରଯୋଜକ ଆସୁଛନ୍ତି ତାଙ୍କ ବାୟୋପିକର ଅନୁମତି ପାଇଁ।

ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ତୁମ ଭୂମିକାରେ କିଏ ଭଲ ଅଭିନୟ କରି ପାରିବେ ବୋଲି ଭାବୁଛ, ଏହାର ଉତ୍ତରରେ ଦୂତି କହିଥିଲେ ମୋ କାହାଣୀ ପରଦା ଉପରେ କଙ୍ଗନା ରାଣାୱତ୍ ସବୁଠୁ ଭଲ କରିବେ।

dutee chandତେବେ ଯେତେବେଳେ କଙ୍ଗନା ରାଣାୱତଙ୍କୁ ଦୂତିଚାନ୍ଦଙ୍କ ବାୟୋପିକ ବିଷୟରେ ପ୍ରଶ୍ନ କରାଗଲା ସେ କହିଥିଲେ ‘ମୋତେ ଜାଣି ଖୁସି ଲାଗୁଛି ଯେ ଦୂତିଙ୍କୁ ଲାଗୁଛି ଏହି ଚରିତ୍ର ପାଇଁ ମୁଁ ପରଫେକ୍ଟ। ଦୂତି ସାହସୀ ହେବା ସହିତ ନିଜ ବ୍ୟକ୍ତିଗତ ଓ ପେସାଦାର ଜୀବନରେ ଅନେକ ସଫଳତା ପାଇଛନ୍ତି ।

ନିକଟରେ ଦୂତି ନିଜର ସମଲିଙ୍ଗୀ ସମ୍ପର୍କ ବିଷୟରେ ସ୍ୱୀକାର କରିଥିଲେ। ସେ ଏସୀୟ କ୍ରୀଡ଼ା ୨୦୧୮ରେ ଦେଶ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ପୂର୍ବରୁ ୨୦୧୪ରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଲିଙ୍ଗଗତ ବିବାଦ କାରଣରୁ ଗୋଟିଏ ବର୍ଷ ଖେଳି ପାରିନଥିଲେ ।
ଯାଜପୁର ଜିଲ୍ଲାର ଝିଅ ଦୂତି ଅନେକ ପ୍ରତିବନ୍ଧକ ଅତିକ୍ରମ କରି ଜଣେ ଅଲିମ୍ପିଅନ୍‌ ହୋଇ ପାରିଛନ୍ତି । ଆଗକୁ ତାଙ୍କର କ୍ୟାରିୟର ଆହୁରି ସଫଳତାର ମୋଡ଼ ନେବ ବୋଲି ସମସ୍ତେ ଆଶା କରୁଛନ୍ତି । ତାଙ୍କ ସଂଘର୍ଷର କାହାଣୀକୁ ନେଇ କିଛି ବଲିଉଡ୍‌ ଫିଲ୍ମ ପ୍ରଯୋଜକ ଦୂତିଙ୍କ ବୟୋପିକ୍‌ ନିର୍ମାଣ ପାଇଁ ଆଗ୍ରହୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.