ପ୍ରଭାସଙ୍କ ‘ଆଦିପୁରୁଷ’ରେ ନଜର ଆସିବେ ଏହି ଅଭିନେତ୍ରୀ, ପୂର୍ବରୁ ଇମ୍ରାନ ହାସମୀଙ୍କ ସହିତ କରିଛନ୍ତି କାମ

ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’ରେ ଏଣ୍ଟ୍ରି ମାରିଛନ୍ତି ଅଭିନେତ୍ରୀ ସୋନଲ ଚୌହ୍ଵାନ। ସୁପରଷ୍ଟାର ପ୍ରଭାସ, ସୈଫ ଅଲ୍ଲୀ ଖାନ ଏବଂ କୃତି ସାନନଙ୍କ ସହିତ ସ୍କ୍ରିନ ସେୟାର କରିବେ ସୋନଲ। ପୌରାଣିକଭତ୍ତିକ ଏହି ଫିଲ୍ମରେ ସୋନଲ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ରାମାୟଣ କାହାଣୀ ଦର୍ଶକଙ୍କୁ ଦେଖିବାକୁ ମିଳିବ।
ଫିଲ୍ମକୁ ନେଇ ସୋନଲ ବେଶ ଉତ୍ସାହିତ ରହିଛନ୍ତି। ଫିଲ୍ମଟି ଅନ୍ୟ ସବୁ ପିଲ୍ମ ଠାରୁ ସପଂର୍ଣ୍ଣ ଭାବେ ଭିନ୍ନ। ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି ଦର୍ଶକ ଏହାକୁ ନିଶ୍ଚିତ ଉପଭୋଗ କରିବେ। ସୋନଲଙ୍କ ଏହା ପ୍ରଥମ ପୌରାଣିକଭିତ୍ତିକ ଫିଲ୍ମ। ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଆଦିପୁରୁଷ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ।
View this post on Instagram
ଆଦିପୁରୁଷ ବ୍ୟତୀତ ସୋନଲଙ୍କ ହାତରେ ସୁପରଷ୍ଟାର ନାଗାର୍ଜୁନଙ୍କ ସହିତ ଫିଲ୍ମ ଅଫର ରହିଛି। ନାଗାର୍ଜୁନଙ୍କ ସହିତ ଫିଲ୍ମ ‘ଦ ଘୋଷ୍ଟ’ରେ ନଜର ଆସିବେ ସୋନଲ। ସୋନଲ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ରିପ୍ଲେସ କରିଛନ୍ତି।