ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ପୁଣି ୮ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଦେଶରେ ଗତ କିଛି ଦିନ ହେଲାଣି କରୋନା ସଂକ୍ରମଣ କମ୍‌ ଥିବା ବେଳେ ଏବେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଦିଲ୍ଲୀ-ଏନ୍‌ସିଆରର ସ୍କୁଲରେ ୮ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁଣିଥରେ ଚିନ୍ତା ବଢ଼ିଛି। କିଛି ଦିନରେ ଦିଲ୍ଲୀ ସମେତ ନୋଏଡ଼ା-ଗାଜିଆବାଦ ରେ କରୋନା ଦ୍ରୁତ ବେଗରେ ବ୍ୟାପୁଛି। ପିଲାମାନେ ୨ ବର୍ଷ ପରେ ସ୍କୁଲ ଆସିଥିବା ବେଳେ ଏବେ ସଂକ୍ରମଣ ବଢ଼ିଥିବାରୁ ଅଭିଭାବକଙ୍କର ବି ମୁଣ୍ଡ ବିନ୍ଧା ବଢ଼ିଛି।

ଦିଲ୍ଲୀରେ ସପ୍ତାହକ ମଧ୍ୟରେ କରୋନା ଭାଇରସ୍‌ର ସଂକ୍ରମଣ ଦର ୦.୫ ପ୍ରତିଶତରୁ ବଢ଼ି ୨.୭୦ ପ୍ରତିଶତରେ ପହଞ୍ଚିଛି। ଗାଜିଆବାଦରେ ଜୟପୁରିଆ ସ୍କୁଲରେ ୧୦ମ ଶ୍ରେଣୀର ଛାତ୍ର ଆଜି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ତିନିଟି ପ୍ରାଇଭେର୍ଟ ସ୍କୁଲରେ ଜଣେ ଜଣେ ଛାତ୍ରଙ୍କ ସମେତ ମୋଟ୍‌ ୨୦ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ଡାକ୍ତରଙ୍କ କହିବାନୁସାରେ, ଏବେ ଚିନ୍ତାଜନକ ସ୍ଥିତି ନାହିଁ। କାରଣ ଏବେ ଦୈନିକ କେସ୍‌ କମ୍‌ ରହିଛି। କିନ୍ତୁ ସେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସମସ୍ତ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୭ ଦିନରେ ଦିଲ୍ଲୀ, ହରିୟାଣା ଓ ଗୁଜରାଟରେ ଦୈନିକ କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଦେଶରେ କିନ୍ତୁ ପ୍ରତିଦିନ ଆସୁଥିବା କରୋନା ମାମଲା କମି ୮୦୦ରୁ ତଳକୁ ଆସିଛି, ଯାହା ଗତ ୨ ବର୍ଷ ଭିତରେ ସବୁଠୁ କମ୍‌।

Also Read: ଭାରତ ସମେତ ସବୁ ଦେଶରେ ଡାଉନ୍‌ ହେଲା YouTube, ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କଲା କମ୍ପାନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.