ଆତ୍ମହତ୍ଯା କଲେ ଅଭିନେତ୍ରୀ ଭିଜେ ଚିତ୍ରା, ଅଧିକ ରାତି ପର୍ଯ୍ଯନ୍ତ କରିଥିଲେ ସୁଟିଂ, ସକାଳୁ ହୋଟେଲ ରୁମ୍ରୁ ମିଳିଲା ମୃତଦେହ

ଟେଲିଭିଜନ ଇଣ୍ଡଷ୍ଟ୍ରୀରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ ତାମିଲ ଟିଭି ଅଭିନେତ୍ରୀ ଭିଜେ ଚିତ୍ରା ସୁଇସାଇଡ କରିଛନ୍ତି । ଭିଜେ ଚିତ୍ରାଙ୍କ ବୟସ ୨୮ ବର୍ଷ । ଭିଜେ ଚିତ୍ରାଙ୍କ ମୃତଦେହ ଚେନ୍ନାଇ ସ୍ଥିତ ଏକ ହୋଟେଲରୁ ଉଦ୍ଧାର ହୋଇଛି । ଅଭିନେତ୍ରୀଙ୍କ ମୃତରେ ତାଙ୍କ ଫ୍ୟାନ୍ସ ଏବଂ ସାରା ତାମିଲ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଇଭିପି ଫିଲ୍ମ ସିଟିରେ ସୁଟିଂ କରିବା ପରେ ଚିତ୍ରା ରାତି ପ୍ରାୟ ୨ଟା ୩୦ ମିନିଟ୍ ରେ ହୋଟେଲକୁ ଫେରିଥିଲେ । ସେ ହୋଟେଲରେ ତାଙ୍କ ଭାବି ସ୍ବାମୀ ହେମନ୍ତଙ୍କ ସହ ରହୁଥିଲେ । ଅନ୍ୟପଟେ ପୋଲିସକୁ ହେମନ୍ତ କହିଛନ୍ତି ଯେ, ହୋଟେଲ ଆସିବା ପରେ ଚିତ୍ରା କହିଥିଲେ ସେ ଗାଧୋଇବାକୁ ଯାଉଛନ୍ତି । ହେଲେ ସେ ବହୁତ ସମୟ ଧରି ଗାଧୁଆଘରୁ ବାହାରିନଥିଲେ । ଗାଧୁଆଘର କବାଟ ବାଡେଇବା ପରେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ । ଏହାପରେ ହେମନ୍ତ ହୋଟେଲର କର୍ମଚାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ଯେତେବେଳେ ଡୁପ୍ଲିକେଟ୍ ଚାବିରେ ଖୋଲିବା ପରେ ସିଲିଂରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା ।

vj

ଭିଜେ ଚିତ୍ରା କିଛି ମାସ ପୂର୍ବରୁ ବ୍ୟବସାୟୀ ହେମନ୍ତଙ୍କ ସହ ନିର୍ବନ୍ଧ କରିଥିଲେ । ଚିତ୍ରାଙ୍କୁ ପାଣ୍ଡିଆନ ଷ୍ଟୋର୍ସ ସିରିଏଲରେ ତାଙ୍କ ଭୂମିକା ପାଇଁ ସେ ପରିଚିତ ଥିଲେ । ଯାହା ବର୍ତ୍ତମାନ ବିଜୟ ଟିଭିରେ ପ୍ରସାରିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.