Below header

ବଲାଙ୍ଗିର: ବିଚ୍‌ ରାସ୍ତାରେ ହୁ ହୁ ହୋଇ ଜଳିଗଲା ମାଲ୍‌ ବୋଝେଇ ଟ୍ରକ୍‌, କାରଣ ଅସ୍ପଷ୍ଟ

ବଲାଙ୍ଗିର(କେନ୍ୟୁଜ୍‌): ସମ୍ବଲପୁର ରାସ୍ତାର ଖମାରମୁଣ୍ଡା ଛକ ନିକଟରେ ହୁଁ ହୁଁ ହୋଇ ଜଳିଗଲା ଡାଲି ବୋଝେଇ ଟ୍ରକ୍‌। ସୂଚନା ମୁତାବକ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ କରିପାରିନଥିଲେ। ଅଳ୍ପ କିଛି ସମୟ ଭିତରେ ଟ୍ରକ୍‌ ଟି ନିଆଁ ଲାଗି ପୋଡି ଯାଇଥିଲା । ଟ୍ରକ୍‌ରେ ଡାଲି ଥିବା ସୂଚନା ମିଳିଛି । ତେବେ ଟ୍ରକ୍‌ ଟି ତେଜରାତି ସାମଗ୍ରୀ ନେଇ ଛତିଶଗଡରୁ ବଲାଙ୍ଗିର ଆସୁଥିବା ଜଣାପଡିଛି।

ସ୍ଥାନୀୟ ଲୋକେ ପୁଇଁତଲା ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଟ୍ରକ୍‌ ର ଟାୟାର ଫାଟି ଥିବାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.