Whatsapp ରେ ଆସିଲା ଆମାଜନ-ଫ୍ଲିପକାର୍ଟ ଭଳି ଫିଚର, ଏମିତି କରିବ କାମ

ହ୍ବାଟସଆପ୍ ଗତ କିଛିଦିନ ହେଲାଣି ନିଜର ପ୍ଲାଟଫର୍ମରେ ସପିଂ ଅଭିଜ୍ଞତା ଉପରେ ଫୋକସ କରୁଛି। ଏହା କମ୍ପାନୀ ଷ୍ଟ୍ରାଟେଜିର ଏକ ଅଂଶ। ନିକଟରେ ହ୍ବାଟସଆପ୍ ବିଜନେସରେ ସପିଂ କରିବା ପାଇଁ ଡେଡିକେଟେଡ୍ ବଟନ ଦେଇଥିଲା। ଏବେ ହ୍ବାଟସଆପ୍ Carts ଆରମ୍ଭ କରିବାକୁ ଯାଉଛି। ଲାଟେଷ୍ଟ ଅପଡେଟରେ Add to cartର ବଟନ ଦିଆଯାଇଛି। ଯଦି ଆପଣ କୌଣସି ବି ଇ-କମର୍ସ ସର୍ଭିସ ବ୍ଯବହାର କରୁଛନ୍ତି ତେବେ ଆପଣ Cart କିମ୍ବା Add to cart ଫିଚରର ର ବ୍ଯବହାର ନିଶ୍ଚିତ କରିଥିବେ।

ହ୍ବାଟସଆପ୍ ବିଜନେସ ଆକାଉଣ୍ଟରେ ପ୍ରଡକ୍ଟସର କ୍ଯାଟଲଗ୍ ମିଳିବ ଏବଂ ଏହି ନୂଆ ଫିଚର ଜରିଆରେ ଆପଣ କାର୍ଟରେ ଆଡ୍ କରିପାରିବେ। ଏମିତି କରି ଆପଣ ଅଲଗା ଅଲଗା ବ୍ରାଣ୍ଡର ଜିନିଷର ସପିଂ ସମୟରେ ୟୁଜର୍ସ କାର୍ଟରେ ରଖି ସପିଂ ଜାରି ରଖିପାରିବେ।

 

ହ୍ବାଟସଆପ୍ ର କାର୍ଟ ଫିଚର ଅଧିନରେ ଆପଣ କିଛି ଜିନିଷ କାର୍ଟରେ ରଖିଛନ୍ତି ତେବେ ଏହାକୁ କୌଣସି ସମୟରେ ମଧ୍ୟ ହଟାଇପାରିବେ। ଏହି ଫିଚର ହ୍ବାଟସଆପ୍ ବିଜନେସ ଆକାଉଣ୍ଟ ପାଇଁ କିନ୍ତୁ ସାଧାରଣ ୟୁଜର କିଛି ସପିଂ କରିବା ପାଇଁ ମର୍ଚାଣ୍ଟ ଆକାଉଣ୍ଟକୁ ଭିଜିଟ୍ କରେ, ତେବେ ତାଙ୍କୁ ଏହି ଅପସନ ମିଳିବ।

ପୂର୍ବରୁ ଭାରତରେ ହ୍ବାଟସଆପ୍ ପେ ମଧ୍ୟ ଲଞ୍ଚ୍ କରିସାରିଛି। ଏଥିରେ ହ୍ବାଟସଆପ୍ ବିଜନେସକୁ ମଧ୍ୟ ଏହାର ସିଧାସଳଖ ଫାଇଦା ମିଳିବ ବୋଲି ଆଶା ରହିଛି। କିନ୍ତୁ ଏହା ଏପର୍ଯ୍ଯନ୍ତ ସମସ୍ତ ୟୁଜରଙ୍କୁ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.