କେମିତି ହେଲା ଅମିତାଭଙ୍କୁ ଜୟା ବଚ୍ଚନଙ୍କ ସହ ପ୍ରେମ, ଜନ୍ମଦିନରେ ଜାଣନ୍ତୁ ତାଙ୍କର କିଛି ସିକ୍ରେଟ

ବିଗ ବି ତଥା ଅଭିନେତା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଆଜି ତାଙ୍କର ୭୩ ତମ ଜନ୍ମ ଦିନ ପାଳନ କରୁଛନ୍ତି । ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନଙ୍କ ଆଜି ଜନ୍ମଦିନ। ୭୩ ବର୍ଷରେ ପାଦ ଥାପିଛନ୍ତି ଜୟା। ଜୟା ବଚ୍ଚନ ୯ ଏପ୍ରିଲ୍ ୧୯୪୮ ରେ ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୬୩ ମସିହାରେ ସେ ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ବଙ୍ଗଳା ଫିଲ୍ମ ‘ମହାନଗର’ରୁ ଡେବ୍ୟୁ କରିଥିଲେ । ସେତେବେଳେ ଜୟା ବଚ୍ଚନଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା ।

ଏହା ପରେ ସେ ଆଉ ଦୁଇଟି ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ । ଜୟା ବଚ୍ଚନଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ହ୍ରିଷିକେଶ ମୁଖାର୍ଜୀଙ୍କ ‘ଗୁଡ୍ଡି’ ଯାହା ୧୯୭୧ ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ଖୁବ୍ ହିଟ୍ ହୋଇଥିଲା । ହିନ୍ଦୀ ଫିଲ୍ମରେ ଅଭିନୟ କରିବାର ମାତ୍ର ଦୁଇ ବର୍ଷ ପରେ ଜୟା ବଚ୍ଚନ ଅମିତାଭ ବଚ୍ଚନଙ୍କୁ ବିବାହ କରିଥିଲେ । ଆଜି ଜନ୍ମଦିନରେ ତାଙ୍କ ବିଷୟରେ ଆମେ ଜାଣିବା କିଛି ରୋଚକ କଥା।

jaya bacchanଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡି ବଲିଉଡରେ ବହୁତ ଲୋକପ୍ରିୟ ଅଟେ। ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ୧୯୭୩ ମସିହା ଜୁନ ୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଜୟା ବଚ୍ଚନଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। କେବଳ ଏତିକି ନୁହେଁ ସେ ୩ ଥର ଆଇଫା ଆୱାର୍ଡ ଏବଂ ୯ ଥର ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇ ସାରିଛନ୍ତି। ଏହାଛଡା ୨୦୧୭ରେ ତାଙ୍କୁ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।

jayaa
image source : bolly

ଫିଲ୍ମ ‘ଶୋଲେ’ ର ସୁଟିଂ ସମୟରେ ଜୟା ବଚ୍ଚନ ଝିଅ ଶ୍ବେତା ତିୱାରିଙ୍କୁ ଜନ୍ମ ଦେଇଥିଲେ। ଏହାପରେ ଜୟା ବଚ୍ଚନ ଫିଲ୍ମ ଦୁନିଆରୁ ଦୂର ହୋଇ ଝିଅ ସହିତ ସମୟ ବିତାଇବା ପାଇଁ ନିଷ୍ପତି ନେଇଥିଲେ।

ଏକ ଇଣ୍ଟରଭ୍ୟୁରେ ଯେତେବେଳେ ଜୟା ବଚ୍ଚନଙ୍କୁ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ରେଖା ମଧ୍ୟ ସିମି ଗ୍ରୁୱାଲଙ୍କ ସୋ’ରେ ଅମିତାଭଙ୍କ ପ୍ରତି ପ୍ରେମ ଥିବା ସ୍ୱୀକାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.