Below header

ଢୋଲ ବାଜା ଧରି ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ, ଆତ୍ମସମର୍ପଣ ପାଇଁ ମାଇକ୍‌ରେ କଲା ଘୋଷଣା, ଜାଣନ୍ତୁ କ’ଣ ରହିଛି ମାମଲା

ବିହାରର ବୈଶାଳୀ ଜିଲାରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ପୋଲିସ ଢୋଲ ବାଜା ଧରି ଜଣେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା। ପୋଲିସ ଅଭିଯୁକ୍ତଙ୍କ ଘର ସାମ୍ନାରେ ଢୋଲ ବଜାଇବା ସହ ତୁରନ୍ତ ଆତ୍ମସମର୍ପଣ କରିବାକୁ ମାଇକ୍‌ରେ ଘୋଷଣା କରିଥିଲା। ଏଥିସହ ଘର କାନ୍ଥରେ ଏକ ନୋଟିସ୍‌ ମଧ୍ୟ ମାରିଥିଲା। ମାମଲାଟି ବୈଶାଳୀ ଜିଲାର ମହୁଆର ଅଞ୍ଚଳର ବୋଲି ସୂଚନା ରହିଛି।

ଘଟଣାରୁ ଜଣାପଡ଼ିଛି, ଗତବର୍ଷ ନଭେମ୍ବରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ତାଙ୍କର ଏକ ଅଶ୍ଳୀଳ ଭିଡିଓ ବନାଇ ଦେଇଥିଲେ। ସେ ଭିଡିଓ ଭାଇରାଲ ନ କରିବା ପାଇଁ ଏହା ବଦଳରେ ୧୦ ହଜାର ଟଙ୍କା ଦାବି କରିଥିଲେ। ପୀଡ଼ିତାଙ୍କ ଭାଇକୁ ହ୍ଵାଟସ୍‌ଆପ କରି ସେ ଏହି ପଇସା ଦାବି କରିଥିଲେ। କିନ୍ତୁ ପରେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଅଞ୍ଚଳରେ ତମାସା ସୃଷ୍ଟି କରିଥିଲେ।

ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ମହୁଆ ଥାନାରେ ଏତଲା ଦେଇଥିଲେ। ହେଲେ ସେପଟେ ଏତଲା ପରଠୁ ଅଭିଯୁକ୍ତ ଗତ ୩ ମାସ ହେବ ଫେରାର୍‌ ଅଛନ୍ତି। ପୋଲିସ ପୋକ୍ସୋ ଆକ୍ଟ ଅଧୀନରେ ଦୁଷ୍କର୍ମ ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.