Below header

‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁସ୍ତକରେ ଓଡ଼ିଶାର ଇତିହାସ ଉପରେ ବର୍ଣ୍ଣନା କରାଯାଇଛି ।

ଦିଲ୍ଲା ଜନପଥସ୍ଥିତ ଅମ୍ବେଦକର ଇଣ୍ଟରନ୍ୟାସନଲ ସେଣ୍ଟରରେ ହରେକୃର୍ଷ୍ଣ ମହତାବ ଫାଉଣ୍ଡେସନ୍‌ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରେ ମୋଦି ମହତାବଙ୍କୁ ପ୍ରଶଂସା କରିଥିଲେ । ଦେଶର ସ୍ୱାଧିନତା ଏବଂ ଗଣତନ୍ତ୍ରର ସୁରକ୍ଷା କରିବାରେ ହରେକୃଷ୍ଣ ମହତାବଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି କହିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ପୁସ୍ତକଟି ପୂର୍ବରୁ ଓଡିଆ ଓ ଇଂରାଜିରେ ଉପଲବ୍ଧ ଥିଲା ବେଳେ ଏହାର ହିନ୍ଦି ଅନୁବାଦ କରିଛନ୍ତି ବିଜେବି କଲେଜର ଅବସରପ୍ରାପ୍ତ ହିନ୍ଦି ଅଧ୍ୟାପକ ଡ. ଶଙ୍କରଲାଲ ପୁରୋହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.