କଟକ ଶିଖରଘାଟ ବ୍ରିଜ ନିକଟରୁ ୨ ବନ୍ଧୁକ ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

କଟକ : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ୨ ବନ୍ଧୁକ ବେପାରୀ । ୬ ବନ୍ଧୁକ, ୨ ପିସ୍ତଲ ଓ ୨୦ ଗୁଳି ଜବତ । ଜଗତସିଂହପୁରର ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ସେମାନେ ହେଲେ ସୁରେଶ କୁମାର ଦାସ ଓରଫ କାଳିଆ ଓ ସୌମ୍ୟରଂଜନ ଦଳାଇ ।

କଟକ ଜିଲ୍ଲା ନିଆଳି ଥାନା ଶିଖରଘାଟ ବ୍ରିଜ ନିକଟରେ ଏସଟିଏଫ ଟିମ୍‌ ସେମାନଙ୍କୁ ଗିରଫ କରିଛି । ଏନେଇ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଗତ ବର୍ଷକ ମଧ୍ୟରେ ବେଆଇନ ମାରଣାସ୍ତ୍ର ବିରୋଧୀ ଡ୍ରାଇଭରେ ୭ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଏସଟିଏଫ ୨୨ଟି ବନ୍ଧୁକ, ୫୪ଟି ଗୁଳି ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.