Below header

ବିଚ୍ ରାସ୍ତାରେ ଦମ୍ପତିଙ୍କ ହାଇଡ୍ରାମା, ଚପଲ ମାଡ ସାଙ୍ଗକୁ ଆରୋପ ପ୍ରତ୍ଯାରୋପରେ କମ୍ପିଲା ରାସ୍ତା

ସମ୍ବଲପୁର: ବିଚ୍ ରାସ୍ତାରେ ଦମ୍ପତିଙ୍କ ହାଇ ଡ୍ରାମା। ଚପଲ ମାଡ଼ ସାଙ୍ଗକୁ ଅଶ୍ଳିଳ ଭାଷାରେ କମ୍ପିଲା ରାସ୍ତା। ଆରୋପ ପ୍ରତ୍ଯାରୋପ, ଟଣାଓଟଣା, କାମୁଡା କାମୁଡି। ଯାହାକୁ ଦେଖିବା ପାଇଁ ଜମିଗଲା ବାଟରାହାରିଙ୍କ ଭିଡ। ତାହା ପୁଣି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ । ପରକୀୟା ପ୍ରୀତିକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଚାଲିଛି ଏହି ଗଣ୍ଡଗୋଳ।

dramaହୀରାକୁଦ ଥାନା ଅନ୍ତର୍ଗତ ଭିଏସଏସ କଲୋନୀର ପ୍ରାଚୀପଦ୍ମା ପଣ୍ଡା । ଆଜି ହଠାତ ଜ଼ିଲ୍ଲାପାଳଙ୍କ କାର୍ଯ୍ଯଳୟ ସମ୍ମୁଖରେ ପାଟିକରି ଜଣେ ପୁରୁଷଙ୍କୁ ଚପଲରେ ମାଡ ମାରିଥିଲେ। ମାଡ ଖାଉଥିବା ଏହି ବ୍ଯକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ହୀରାକୁଦ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ଅକ୍ଷୟ ସୁତାର । ଅଭିଯୋଗ ମୁତାବକ ଅକ୍ଷୟ ୨୦୦୬ ମସିହାରେ ପ୍ରାଚୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ଅକ୍ଷୟଙ୍କ ଅନ୍ଯ ମହିଳାଙ୍କ ସହ ବି ଅନୈତିକ ସମ୍ପର୍କ ରହିଥିବା କାରଣ ଯୋଗୁଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା। କିଛିଦିନ ହେଲାଣି ଅକ୍ଷୟ ତାଙ୍କ ଘରକୁ ଆଉ ଯାଉନଥିଲେ। ତାଙ୍କ ସ୍ତ୍ରୀ ଖୋଜି ଖୋଜି ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯଳୟ ସମ୍ମୁଖରେ ତାଙ୍କୁ ପାଇବା ପରେ ଆରମ୍ଭ ହୋଇଥିଲା ମହାନାଟକ। ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଏହାପରେ ମହିଳା ଜଣକ ଅଧ୍ୟାପକଙ୍କୁ ପ୍ରଚଣ୍ଡ ମାଡ଼ ମାରିବା ସହିତ ବ୍ଯକ୍ତିଙ୍କ କାରନାମା ବିଷୟରେ ଲୋକଙ୍କୁ ରଡି କରି କହିଥିଲେ।

coupleସେପଟେ ଅଧ୍ୟାପକ ଅକ୍ଷୟ ସୁତାର ମହିଳାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅକ୍ଷୟ କହିଛନ୍ତି ମହିଳା ଜଣକ ତାଙ୍କୁ ଫସାଇ ବାହା ହୋଇଥିଲେ। ସେ ତାଙ୍କୁ ଆଣି ଘରେ ରଖିଥିଲେ ହେଲେ, ସେ ଆଉ ଜଣେ ପୁରୁଷଙ୍କ ସହ ଅନୈତିକ ସମ୍ପର୍କରେ ରହିଥିଲେ। ବାରମ୍ବାର ମନା କରିବା ପରେ ମଧ୍ୟ ସେ ମାନିନଥିଲେ। ଏହି ଘଟଣା ଏତେ ବଢି ଯାଇଥିଲା ଲୋକେ ଦୁଇ ଜଣଙ୍କୁ ଛଡାଇବା ପାଇଁ ଚେଷ୍ଟା କଲେ ମଧ୍ୟ କିଛି ଫଳ ହୋଇନଥିଲା। ଶେଷରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ।

ସମ୍ବଲପୁରରୁ ଶ୍ରବଣ ପତିଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.