କ୍ରିକେଟରୁ ଅବସର ପରେ ଏବେ ଚାଷ କାମରୁ ଆୟ କରୁଛନ୍ତି ଧୋନୀ, ଷ୍ଟ୍ରବେରୀ ବିକ୍ରି କରି କମାଇଛନ୍ତି ୩୦ ଲକ୍ଷ ଟଙ୍କା

ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଏବେ ଚାଷୀ ହୋଇଯାଇଛନ୍ତି। ନିଜ ଫାର୍ମ ହାଉସ୍‌ରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଚାଷ କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ତାଙ୍କ ଜମିର ଫଳ ଏବଂ ପରିବାର ରାଞ୍ଚିରେ ବେଶ୍‌ ଡିମାଣ୍ଡ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଧୋନୀଙ୍କ ଫାର୍ମ ହାଉସ୍‌ରେ ଏଥର ୧୦ ଟନ ଷ୍ଟ୍ରବେରୀ ଉତ୍ପାଦନ ହୋଇଛି, ଯେଉଁଥିରୁ ଆନୁମାନିକ ୩୦ ଲକ୍ଷ ଟଙ୍କା ସେ ଆୟ କରିଛନ୍ତି।

ଫାର୍ମ ହାଉସ୍‌ରେ କେବଳ ଷ୍ଟ୍ରବେରୀ ନୁହେଁ, ବରଂ ତରଭୁଜ ଏବଂ ଖରଭୁଜ ମଧ୍ୟ ଚାଷ ହେଉଛି। ପ୍ରତିଦିନ ଏଠାରୁ ୩୦୦ କିଲୋ ତରଭୁଜ ଏବଂ ୨୦୦ କିଲୋ ଖରଭୁଜ ବାହାରୁଛି। ୪୩ ଏକର ବିଶିଷ୍ଟ ଫାର୍ମ ହାଉସ୍‌ରେ ଧୋନୀ ୩ ମାସ ପୂର୍ବେ ନିଜ ହାତରେ ଯେଉଁ ତରଭୁଜ ଏବଂ ଖରଭୁଜ ଗଛ ଲଗାଇଥିଲେ, ସେଥିରୁ ଏବେ ଫଳ ଫଳି ବଜାରରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି। ସେ ୪ ଏକରରେ ତରଭୁଜ ଏବଂ ଦେଢ଼ ଏକରରେ ଖରଭୁଜ ଗଛ ଲଗାଇଥିଲେ। ଖାସ୍‌ କଥା ହେଉଛି, ଧୋନୀ ବିନା କେମିକାଲଯୁକ୍ତ ଚାଷ ଅର୍ଥାତ୍‌ ଜୈବିକ ଚାଷ କରିଥାଆନ୍ତି।

dhoni2
photo credit: aajtak

ଏହାଛଡ଼ା ଧୋନୀ ୧ ଏକରରେ ଶିମଲା ଲଙ୍କା ମଧ୍ୟ ଲଗାଇଛନ୍ତି। ଏଥି ପୂର୍ବରୁ ବି ଲୋକେ ତାଙ୍କ ଫାର୍ମ ହାଉସ୍‌ର କୋବି, ଟମାଟୋ, ଆଳୁ, ପିଆଜ, ବ୍ରୋକଲି, କନ୍ଦମୂଳ, ପଣସ ଏବଂ ଅମୃତଭଣ୍ଡାର ସ୍ୱାଦ ଚାଖି ସାରିଛନ୍ତି। ଆଶ୍ଚର୍ଯ୍ୟର କଥା, ଧୋନୀ ଜଣେ ବଢ଼ିଆ କ୍ରିକେଟର ହେବା ସହିତ ନିଜ ରାଜ୍ୟର ଟପ୍‌ ପଶୁପାଳକ ବି ଘୋଷିତ ହୋଇସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.