ମିଳିଲା ବୋନି କପୁରଙ୍କ ନୋଟିସ୍ ; ‘ଶ୍ରୀଦେବୀ ବଙ୍ଗଲା’କୁ ଲାଇକ୍ ନୁହଁ ବରଂ ଡିସଲାଇକ୍ ଅଧିକ

ମୁମ୍ବାଇ : ଆଖି ମାରି ଦେଶର ସେନସେସନ୍ ପାଲଟିଥିବା ପ୍ରିୟା ପ୍ରକାଶ ବାରିୟର ଏବେ ପୁଣି ଥିରେ ଚର୍ଚ୍ଚାରେ। ଏଥର କୌଣସି ଫଟୋ କିମ୍ବା ଭିଡିଓ ନୁହଁ ବରଂ ତାଙ୍କ ଆଗାମୀ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲା’କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ତେବେ ଏଥିରେ ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ନାମ ବ୍ଯବହାର ହୋଇଥିବାରୁ ତାଙ୍କ ସ୍ବାମୀ ବୋନି କପୁର ଏନେଇ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି।

ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଆଗାମୀ ଫିଲ୍ମରେ ଶ୍ରୀଦେବୀ ନାମକୁ ଏକ ଚରିତ୍ରରେ ଅଭିନୟ କରୁଛନ୍ତି। ଯିଏ ଲାଇମ୍ ଲାଇଟରେ ରହିବା ପରେ ମଧ୍ୟ ଡିପ୍ରେସନର ଶିକାର ହୋଇ ଧୂମପାନ ଏବଂ ମଦ୍ଯପାନ କରୁଛନ୍ତି। ତେବେ ଏହି ଚରିତ୍ରର ବଲିଉଡ଼ ଶ୍ରୀଦେବୀଙ୍କ ସହ କୌଣସି ମେଳ ନାହିଁ।

priya 2

ଫିଲ୍ମର ଟିଜର ୧୩ ତାରିଖରେ ରିଲିଜ୍ ହୋଇଥିବା ବେଳେ ଏହାର ପୋଷ୍ଟରରେ ଅଭିନେତ୍ରୀ ବାଥ୍‌ଟବ୍‌ରେ ଥିବା ନଜର ଆସିଛନ୍ତି। ତେବେ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ଯୁ ମଧ୍ୟ ବାଥ୍‌ଟବ୍‌ରେ ହୋଇଥିଲା। ଯାହା ଫଳରେ ବିଲକୁଲ ବିଳମ୍ବ ନକରି ବୋନି କପୁର ଫିଲ୍ମର ନିର୍ଦ୍ଦେଶକଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଥିଲେ।

ଏହାର ପ୍ରତିକ୍ରିୟାରେ ନିର୍ଦ୍ଦେଶକ କହିଛନ୍ତି, ଶ୍ରୀଦେବୀ ଏକ ସାଧାରଣ ନାମ। ଆମ ଫିଲ୍ମର କାହାଣୀ ସହ ବଲିଉଡ଼ ଶ୍ରୀଦେବୀଙ୍କର କିଛି ସମ୍ପର୍କ ନାହିଁ। ଏହା ଏକ ସସପେନ୍ସ ଥ୍ରୀଲର ଫିଲ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.