Below header

ଡିଏମଏଫ ଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା ! ବଲାଙ୍ଗିର ସଭାରେ ମୋଦି କହିଲେ, ଟଙ୍କା ଅଛି ଖର୍ଚ୍ଚ କରୁନ କାହିଁକି

ବଲାଙ୍ଗିର : ୩ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଥର ଓଡ଼ିଶା ଗସ୍ତ । ଖୋର୍ଦ୍ଧା, ବାରିପଦା ପରେ ବଲାଙ୍ଗୀର । ମିଶନ ପଶ୍ଚିମ ଓଡ଼ିଶାରେ ଆସିଲେ କିନ୍ତୁ ନବୀନଙ୍କ ପ୍ରତି ନରମ ରହିଲେ ମୋଦି । ମୁଖ୍ୟମନ୍ତ୍ରୀଙ୍କର ନାଁ ଧରିଲେ ନାହିଁ କି ତାଙ୍କ ବିରୋଧରେ ପଦୁଟିଏ ବି କହିଲେ ନାହିଁ। କେବଳ ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫାଉଣ୍ଡେସନ୍‌ ବା ଡିଏମଏଫ ଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଉଦବୋଧନରେ ମୋଦି କହିଛନ୍ତି, ଡିଏମଏଫ ପାଣ୍ଠିରେ ରହିଛି ୪ ହଜାର କୋଟି ଟଙ୍କା । ଖଣି ଅଞ୍ଚଳ ବିକାଶ ପାଇଁ ଟଙ୍କା ରହିଛି। କିନ୍ତୁ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରି ପାରୁ ନାହାନ୍ତି ବୋଲି କହିିଛନ୍ତି ମୋଦି।

ବଲାଙ୍ଗିର ସମାବେଶରେ ମୋଦି କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଟଙ୍କା ଖର୍ଚ୍ଚ କରନ୍ତୁ ରାଜ୍ୟ ସରକାର । ନିର୍ବାଚନ ପର‌୍ୟ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। ଭୋଟ୍‌ ସରିଯିବ, କିନ୍ତୁ ଲୋକଙ୍କ ସମସ୍ୟା ଦୂର ହେବ ନାହିଁ।  ବଲାଙ୍ଗିର ସଭାରେ ମୋଦିଙ୍କ ଭାଷଣରେ ସ୍ଥାନ ପାଇଛି ଓଡ଼ିଶାର ବିକାଶରେ କେନ୍ଦ୍ର ଭାଗିଦାରୀର କଥା । ନିଜ ସରକାରଙ୍କ ପ୍ରଶଂସା ବଖାଣିଥିଲେ ମୋଦି। ଓଡ଼ିଶାର ଐତିହ୍ୟର ସୁରକ୍ଷା ପାଇଁ କେନ୍ଦ୍ର ଉଦ୍ୟମ କରୁଛି ବୋଲି ମଧ୍ୟ କହିଛନ୍ତି ।

ଖୋର୍ଦ୍ଧା ଭାଷଣରେ କେବଳ ସରକାରୀ ବ୍ୟବସ୍ଥାକୁ ନେଇ କିଛି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ବାରିପଦାରେ ମହିଳା ସୁରକ୍ଷା ପ୍ରସଙ୍ଗରେ କହିଥିଲେ । ବଲାଙ୍ଗିରରେ କେବଳ ଡିଏମଏଫ ଫଣ୍ଡ ଆଦାୟ ଓ ଖର୍ଚ୍ଚ ନେଇ କହିଲେ ପ୍ରଧାନମନ୍ତ୍ରୀ। ହେଲେ ନବୀନଙ୍କ ନାଁ ସିଧାସଳଖ ନେଇନଥିଲେ। ଯାହା ରାଜ୍ୟ ବିଜେପି ଶିବିରକୁ ନିରାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.