Below header

ପୂର୍ବ ଫିଲ୍ମ ଠାରୁ ବଡ ଧମାକା କରିବେ ଶ୍ରଦ୍ଧା କପୁର, ଆସନ୍ତା ୨୪ରେ ରିଲିଜ୍‌ ହେବ ‘ଷ୍ଟ୍ରୀଟ ଡ୍ୟାନ୍ସର ୩ଡି’

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର ଅପକମିଂ ଫିଲ୍ମ ‘ଷ୍ଟ୍ରୀଟ ଡ୍ୟାନ୍ସର ୩ଡି’କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଶ୍ରଦ୍ଧା କପୁର ଏବଂ ବରୁଣ ଧାଓ୍ଵନ ଷ୍ଟାର ଫିଲ୍ମ ‘ଷ୍ଟ୍ରୀଟ ଡ୍ୟାନ୍ସର ୩ଡି’ ବହୁତ ଜଲଦି ରିଲିଜ୍‌ ହେବାକୁ ଯାଉଛି। ରିପୋର୍ଟ ଅନୁଯାୟୀ ଶ୍ରଦ୍ଧା ‘ଏ ବି ସି ଡି ୨’ ଫିଲ୍ମ ତୁଳନାରେ ଏହି ଫିଲ୍ମ ତୁଳନାରେ ଅଧିକ ଭଲ ଡ୍ୟାନ୍ସ ଏବଂ ପରଫର୍ମର ରୂପେ ନଜର ଆସିଛନ୍ତି। ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍ସର ୩ଡି’ ଆସନ୍ତା ୨୪ ଜାନୁଆରୀରେ ରିଲିଜ୍‌ ହେବ।

street-dancer-3d movieସୂଚନା ଅନୁଯାୟୀ ଏହି ଫିଲ୍ମ ପାଇଁ ପ୍ରଥମେ ଶ୍ରଦ୍ଧାଙ୍କୁ ଚୟନ କରାଯାଇନଥିଲା, ଯାହାଫଳରେ ସେ ଖୁବ୍‌ ଅଭିମାନ କରିଥିଲେ। ‘ଏ ବି ସି ଡି ୨’ ଫିଲ୍ମ ପରେ ଯେତେବେଳେ ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ ପାଇଁ କାଷ୍ଟିଂ ହୋଇଥିଲା ସେହି ସମୟରେ ବରୁଣ ଧଓ୍ଵନଙ୍କୁ ରିପୋଟ କରାଯାଇଥିଲା କିନ୍ତୁ ଲିଡ ଆକ୍ଟ୍ରେସ୍‌ ପାଇଁ କ୍ୟାଟ୍ରିନା କୈଫ୍‌ଙ୍କୁ ନିର୍ଦେଶକ ରେମୋ ଡିସୁଜା ଚୟନ କରିଥିଲେ।

varunରିପୋର୍ଟ ଅନୁଯାୟୀ ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କୁ ଚୟନ କରାଯିବା ପରେ ଶ୍ରଦ୍ଧା ଅଭିମାନ କରିଥିଲେ। କିନ୍ତୁ ଶେଷରେ ଫିଲ୍ମ ‘ଭାରତ’ ର ସୁଟିଂ ସିଡ୍ୟୁଲ ସହ ତାରିଖ ଘୋଷଣା ହେବାପରେ କ୍ୟାଟ୍ରିନାଙ୍କୁ ରେମୋଙ୍କ ଫିଲ୍ମକୁ ଛାଡିବାକୁ ପଡିଥିଲା। ଏହାପରେ ପୁଣିଥରେ ଶ୍ରଦ୍ଧାଙ୍କୁ ଚୟନ କରାଯାଇଥିଲା ଏବଂ ଏହି ଚୟନକୁ ଶ୍ରଦ୍ଧା ଅତ୍ୟନ୍ତ ଖୁସିର ସହ ସ୍ୱୀକାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.