ରିଲିଜ୍ ପରେ ଭାଇରାଲ୍ ହେବାରେ ଲାଗିଛି ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ର ପ୍ରଥମ ଗୀତ

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ର ଫାଷ୍ଟ ଗୀତ ‘ଜବାନି’ ରିଲିଜ ହୋଇଯାଇଛି। କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମରେ ୭୦ ଦଶକରେ ଆସିଥିବା କିଶୋର କୁମାର ଓ ଆର . ଡି ବର୍ମନଙ୍କ ଲୋକପ୍ରିୟ ଗୀତ ‘ଜବାନି’ କୁ ରିକ୍ରିଏଟ କରାଯାଇଛି । ଏବେ ଏହି ଗୀତର ନୂଆ ଭର୍ସନରେ ଟାଇଗର ସ୍ରଫ, ତାରା ସୁତାରିଆ ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି। ଗୀତଟି ରିଲିଜ ହେବାର ଖୁବ କମ୍‌ ସମୟରେ ଭାଇରାଲ ହେବାରେ ଲାଗିଛି।


‘ଜବାନୀ’ ଗୀତ ରିଲିଜ ପୂର୍ବରୁ କରନ ଜୋହର ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ଏକ କ୍ଲିପ ସେୟାର କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ‘ ଗିଲି ଗିଲି ଅକ୍କା ଅକ୍କା ’ ଗୀତ ନୂଆ ଷ୍ଟୁଣ୍ଡେଣ୍ଟଙ୍କ ସହ ପୁଣି ଥରେ ଫେରୁଛି। ଫିଲ୍ମର ହିରୋଇନ ତାରା ସୁତରିଆ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ଏହାର ଏକ ଫଟୋ ପୋଷ୍ଟ କରି ଲେଖିଲେ କି, ଯେବେ ଆପଣ ନିଜ ଫେଭରାଇଟ୍‌ ଗୀତ ଶୁଣୁଛନ୍ତି, ଆପଣ ନିଜ ଭିତରେ ଏହାର ଡ୍ୟାନ୍ସକୁ ଅନୁଭବ କରିପାରିବେ। ଫିଲ୍ମର ଅନ୍ୟତମ ହିରୋଇନ ଅନନ୍ୟା ପାଣ୍ଡେ ମଧ୍ୟ ଲେଖିଲେ ଯେ, ଏହି ଗୀତକୁ ଦେଖିବା ଦ୍ୱାରା ସ୍କୁଲର ପୁରୁଣା ଗୀତ ମନେ ପଡିଯିବ। ଆଉ ଝୁମିବାକୁ ଇଚ୍ଛା ହେବ । ଏହି ଫିଲ୍ମ ଜରିଆରେ ତାରା ଓ ଅନନ୍ୟା ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଧର୍ମା ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ବହୁ ପ୍ରତିକ୍ଷିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ ଏକ୍ସାଇଟମେଣ୍ଟ ରହିଛି।

ଦେଖନ୍ତୁ ଭିଡିଓ :

Leave A Reply

Your email address will not be published.