କିଙ୍ଗଖାନଙ୍କ ଝିଅ ପାଖରେ ହେଲା ଡ୍ରେସର ଅଭାବ, ଏବେ ପିନ୍ଧୁଛନ୍ତି ମା’ ଗୌରୀଙ୍କ ପୁରୁଣା ଡ୍ରେସ

ଲକଡାଉନରେ କିଙ୍ଗଖାନଙ୍କ ଝିଅ ସୁହାନା ଘରେ ବସି ବୋରିଂ ହେଉଛନ୍ତି। ତେଣୁ ମା’ଙ୍କ ସହିତ ସବୁବେଳେ କିଛି ନୂଆ କରିବାକୁ ଚାହୁଁଚନ୍ତି। ନିକଟରେ ମା’ ଗୌରୀଙ୍କ ସହିତ ମିଶି ଫଟୋଶୁଟ୍‌ କରିଥିଲେ ସୁହାନା। ଏବେ ପୁଣି ସୁହାନା ଆସିଛନ୍ତି ଚର୍ଚ୍ଚା। ତାହା ପୁଣି କୌଣସି ଫଟୋଶୁଟ୍‌ କିମ୍ବା ଫିଲ୍ମ ପାଇଁ ନୁହେଁ ବରଂ ମା’ ଗୌରୀଙ୍କ ପୁରୁଣା ଡ୍ରେସ ପାଇଁ। ରିପୋର୍ଟ ଅନୁଯାୟୀ, ସୁହାନାଙ୍କର ଏକ ଫଟୋ ଏବେ ବେଶ୍‌ ଚର୍ଚ୍ଚାରେ। ଏହି ଫଟୋରେ ସୁହାନା ଯେଉଁ ଡ୍ରେସ ପିନ୍ଧିଛନ୍ତି, ତାହା ଗୌରୀଙ୍କ ୧୩ ବର୍ଷ ପୁରୁଣା ଡ୍ରେସ । ଯାହାକୁ ଦେଖି ସୁହାନାଙ୍କ ଫ୍ୟାନ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି।

gouri

ସୁହାନା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ଗୌରୀ ୧୩ ବର୍ଷ ପୂର୍ବେ ଅର୍ଜୁନ ରାଜପାଲଙ୍କ ଜନ୍ମିଦନ ପାର୍ଟିରେ ଯେଉଁ ଡ୍ରେସ ପିନ୍ଧିଥିଲେ ଏବେ ତାହାକୁ ଝିଅ ସୁହାନା ପିନ୍ଧିଛନ୍ତି। ଏହା ପ୍ରଥମ ଥର ପାଇଁ ନୁହେଁ, ଏହା ପୂର୍ବରୁ ସୁହାନା ମା’ ଗୌରୀଙ୍କ କୁର୍ତ୍ତୀ ପିନ୍ଧିଥିବା ନଜର ଆସିସାରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.