ନୂଆପଡା ଜିଲ୍ଲା ଖଡିଆଳରେ ଅଘଟଣ: ବିସ୍ଫୋରଣରେ ୩୦ଫୁଟ ଉପରକୁ ଉଠିଲା ଗ୍ୟାସ ଟାଙ୍କି

ନୂଆପଡା: ଗ୍ୟାସ ଟାଙ୍କି ଫାଟି ବ୍ୟାପକ ଅଗ୍ନିକାଣ୍ଡ। ଏଭଳି ଅଘଟଣ ଘଟିଛି ନୂଆପଡା ଜିଲ୍ଲା ଖଡିଆଳରେ । ଯେଉଁଠାରେ ଗ୍ୟାସ ଟାଙ୍କି ଫାଟି ବ୍ୟାପକ କ୍ଷତି ହୋଇଛି । ବିସ୍ଫୋରଣରେ ଗ୍ୟାସ ଟାଙ୍କି ଫାଟି ୩୦ଫୁଟ ଉପରକୁ ଉଠିଯାଇଥିଲା । ତେବେ ଏହି ବିସ୍ଫୋରଣରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଖଡିଆଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି।

ତେବେ ଗୋଟେ ପଟେ ବାତ୍ଯା ଭୟକୁ ଅନ୍ଯ ପଟେ କରୋନା ମହାମାରୀ ଏହି ପରିସ୍ଥିତରେ ଏଭଳି ଭୟଙ୍କର ବିସ୍ଫୋରଣ ସାଧାରଣରେ ଏକ ପ୍ରକାରର ଭୟର ବାତାବରଣ ଖେଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.