ହାର୍ଟ ସର୍ଜରୀ ପରେ ମଜାକିଆ ଅନ୍ଦାଜରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ କମେଡି କିଙ୍ଗ ସୁନିଲ ଗ୍ରୋଭର: ଭାଇରାଲ ହେଉଛି ଟ୍ୱିଟ

ଗତ ଦିନରୁ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ନିକଟରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା, ଯାହା ପରେ ପ୍ରଶଂସକମାନେ ବହୁତ ଚିନ୍ତିତ ଥିଲେ କିନ୍ତୁ ବର୍ତ୍ତମାନ ସୁନୀଲ ନିଜେ ତାଙ୍କ ଅବସ୍ଥା ବିଷୟରେ ସୂଚନା ଦେଇଛନ୍ତି ଓ ବର୍ତ୍ତମାନ ସେ କିପରି ଅନୁଭବ କରୁଛନ୍ତି ତାହା କହିଛନ୍ତି। ବର୍ତ୍ତମାନ ସୁନୀଲ ଗ୍ରୋଭରଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ପୁଣି ଥରେ ତାଙ୍କର ଏକ ଟ୍ୱିଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତାଙ୍କ ସର୍ଜରୀ ପରେ ଫ୍ୟାନ୍ସମାନଙ୍କୁ ସେ କରିଥିବା ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ନିଜ ଟ୍ୱିଟର ପେଜରେ ପ୍ରଶାଂସକମାନଙ୍କୁ ମଜାକିଆ ଅନ୍ଦାଜରେ ଏକ ଧନ୍ୟବାଦ ଭରା ମେସେଜ କରିଛନ୍ତି ସୁନିଲ । ଯେଉଁଥିରେ ସେ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ଏଥିସହ ତାଙ୍କର ପ୍ରଶଂସକମାନଙ୍କୁ ସେ ନିଜ ଷ୍ଟାଇଲରେ ଧନ୍ୟବାଦ ଜଣାଇଛନ୍ତି । ଅପରେସନ ପରେ ସେ ଏବେ ସୁସ୍ଥ ଥିବା କଥା ଲେଖି ସେ ଏକ ଟ୍ୱିଟ କରିଛନ୍ତି । ‘ଭାଇ ଟ୍ରିଟମେଣ୍ଟ ହୋ ଗୟା, ମେରି ଚଲ ରହି ହୈ ହିଲିଙ୍ଗ…. ଆପ ସଭି କୋ ଦୁଆଓଁ କେ ଲିଏ ଗ୍ରାଟିଚ୍ୟୁଟ ବାଲି ଫିଲିଙ୍ଗ… ଠୋକୋ ତାଲି’ । ,ମିତି ଲେଖି ସେ ତାଙ୍କ ପ୍ରଶଂକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୁନିଲଙ୍କର ଏହି ଟ୍ୱିଟ ପରେ ସାରା ସୋଶଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.