୧୮ ଘଣ୍ଟା ପଡ଼ିରହିଲା ଶବ: ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସହଯୋଗରେ ମୁଖାଗ୍ନି ଦେଲେ ସ୍ବାମୀ

ଝାରସୁଗୁଡା(କେନ୍ଯୁଜ୍): ୧୮ ଘଣ୍ଟା ପଡ଼ିରହିଲା ଶବ, ସତ୍କାର କଲେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ର ଗାନ୍ଧୀନଗର କଲେଜପଡ଼ାରେ ପଶ୍ଚିମବଙ୍ଗରୁ ଆସି ରହୁଥିବା ରଘୁନାଥ ମାନ୍ନାଙ୍କ ସ୍ତ୍ରୀ ଇନ୍ଦ୍ରାଣୀ ମାନ୍ନା ଦୀର୍ଘ ଦିନ ହେଲା ରୋଗଗ୍ରସ୍ତ ଥିଲେ।

ଗତକାଲି ସନ୍ଧ୍ୟା ୭ଟା ପାଖାପାଖି ତାଙ୍କର ମୃତ୍ୟୁ ହୋଇଥିଲା। ଅଚିହ୍ନା ଅଜଣା ଭାବି ସ୍ଥାନୀୟ ଲୋକେ ଶେଷକୃତ ପାଇଁ ବାହାରି ନଥିଲେ। ନିକଟରେ ରହୁଥିବା କିଛି ଯୁବକଙ୍କ ଠାରୁ ରାତିରେ ଖବର ପାଇ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ବେଲପାହାଡ଼ ଓ ଝାରସୁଗୁଡା ଜିଲ୍ଲା ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତାଙ୍କ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ ପରେ କେହି ନପହଞ୍ଚିବାରୁ ଶେଷରେ ଯୁବା ମଞ୍ଚର ସଦସ୍ୟ ସକାଳେ ଟନଲ୍ ନିକଟସ୍ଥ ମଶାଣୀ ଠାରେ ସସମ୍ମାନେ ମହିଳାଙ୍କ ଶବ ସତ୍କାର କରିଥିଲେ। ବୃଦ୍ଧ ରଘୁନାଥ ମାନ୍ନା ମୁଖାଗ୍ନି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.