ନିଲାମ ହେବନି ସନି ଦେଓ୍ଵଲଙ୍କ ଜୁହୁ ବଙ୍ଗଳା, ନୋଟିସ ପ୍ରତ୍ୟାହାର କରିନେଲା ବ୍ୟାଙ୍କ

ବ୍ୟାଙ୍କ ଅଫ୍ ବରୋଦା ସନି ଦେଓଲଙ୍କ ବଙ୍ଗଳା ନିଲାମ କରିବା ପାଇଁ ଯେଉଁ ନୋଟିସ ପଠାଇଥିଲା ତାହାକୁ ଆଜି ପ୍ରତ୍ୟାହାର କରିନେଇଛି । ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ ବୋଲି ସୂଚନା ମିଳିଥିଲା । ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଥିଲା ବ୍ୟାଙ୍କ ।

ନିଲାମ ହେବନି ସନି ଦେଓ୍ଵଲଙ୍କ ବଙ୍ଗଳା । ବ୍ୟାଙ୍କ ଫେରାଇନେଲା ନୋଟିସ । ବ୍ୟାଙ୍କ ଅଫ୍ ବରୋଦା ସନି ଦେଓଲଙ୍କ ବଙ୍ଗଳା ନିଲାମ କରିବା ପାଇଁ ଯେଉଁ ନୋଟିସ ପଠାଇଥିଲା ତାହାକୁ ଆଜି ପ୍ରତ୍ୟାହାର କରିନେଇଛି ।

ତେବେ ସନିଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଥିଲା ବ୍ୟାଙ୍କ । ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ ବୋଲି ସୂଚନା ମିଳିଥିଲା । ସନି ଦେଓଲଙ୍କ ‘ସନି ଭିଲା’ ନାମରେ ଜଣାଯାଉଥିବା ଏହି ଘରକୁ ସେପ୍ଟେମ୍ବର ୨୫ ତାରିଖରେ ନିଲାମ କରାଯିବ ବୋଲି କୁହାଯାଉଥିଲା । ବ୍ୟାଙ୍କ ପକ୍ଷରୁ ଏନେଇ ଖବର କାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା ।

ଏନେଇ ବ୍ୟାଙ୍କ ଏକ ବୟାନ ଜାରି କରି କହିଛି, ଅଜୟ ସିଂ ଦେଓ୍ଵଲଙ୍କ ସମ୍ବନ୍ଧରେ ବିକ୍ରି ନିଲାମି ନୋଟିସ ଇ-ନିଲାମ ନୋଟିସକୁ ବୈଷୟିକ ତ୍ରୁଟି ଯୋଗୁଁ ପ୍ରତ୍ୟାହାର କରାଯାଉଛି । ଏହାକୁ ଏବେ ନିଲାମ କରାଯିବ ନାହିଁ ।

ଏହି ଘରର ବେସ୍ ପ୍ରାଇସ ୫୧.୪୩ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । ତେବେ ଗଦ୍ଦର-୨ର ସଫଳତା ପାଇଁ ଚର୍ଚ୍ଚାରେ ଥିବା ସନି ଦେଓଲଙ୍କ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଥିଲା । ସନି ଦେଓଲ ୨୦୧୬ ମସିହାରେ ଏହି ଘର ବନ୍ଧକ ରଖି ବ୍ୟାଙ୍କରୁ ଋଣ ନେଇଥିଲେ । ସନି ଦେଓ୍ଵଲଙ୍କ ବଙ୍ଗଳା ୫୯୯.୪୪ ବର୍ଗମିଟର ଅଞ୍ଚଳରେ ପରିବ୍ୟାପ୍ତ । ଯେଉଁଥିରେ ସନି ସାଉଣ୍ଡ ଏବଂ ସନି ଭିଲା ରହିଛି । ଏହି ବଙ୍ଗଳାରେ ପାର୍କିଂ ଠାରୁ ଆରମ୍ଭ ପୁଲ୍‌, ମୁଭି ଥିଏଟର, ହେଲିପ୍ୟାଡ ଏରିଆ, ଗାର୍ଡେନ ରହିଛି । ଏହାଛଡା ଦୈଦନ୍ଦିନ ଜୀବନର ସମସ୍ତ ସୁବିଧା ମଧ୍ୟ ରହିଛି । ସନିଙ୍କ ଉପରେ ଏବେ ବି ୫୬ କୋଟିର ବକେୟା ରହିଛି ବୋଲି ଜଣାପଡିଛି । ଯାହାକୁ ଏପର୍ଯ୍ୟନ୍ତ ପରିଶୋଧ କରିପାରିନାହାନ୍ତି ସନି ଦେଓ୍ଵଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.